ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ 

ସ୍ବରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ 

 ରାଉରକେଲା: ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସ୍ବରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରାଉରକେଲା କ୍ଲବ୍‌ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ପ୍ରଫୁଲ ମଙ୍ଗଳ ଅଧ୍ୟକ୍ଷତା କରିଥିଲେ। ସଭାପତି ସାଗରିକା ସାହାଣୀଙ୍କ ନେତୃତ୍ବ ତଥା ସମ୍ପାଦିକା ମମତାଞ୍ଜଳୀ ଦାସ ଏବଂ ସାଂସ୍କୃତିକ ସମ୍ପାଦିକା ରଶ୍ମି ନାୟକଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣିମା କେର୍କେଟା, ବିଶିଷ୍ଟ ସଂଗୀତ ଶିଳ୍ପୀ ତଥା ସଂଗୀତଗୁରୁ ବୀଣାପାଣି ରଥ, ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ସଂଯୁକ୍ତା ମହାପାତ୍ର ଏବଂ ବିଶିଷ୍ଟ ସମାଜସେବୀ କଲ୍ୟାଣୀ ମହାନ୍ତି ଯୋଗଦେଇଥିଲେ। ଅତିଥିମାନେ ମହିଳାମାନଙ୍କ ଭିତରେ ନାରୀ ସଶକ୍ତିକରଣର ସଠିକ୍‌ ଉପଯୋଗ ଏବଂ ଏକାଗ୍ରତା ବିଷୟରେ ଜଣାଇଥିଲେ। ଏହି ଅବସରରେ ପିଠା ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦିପ୍ତି ନାୟକ, ସହସମ୍ପାଦିକା ପୁଷ୍ପଲତା ବିଶ୍ବାଳ, ସୁନିତା ବିଶ୍ବାଳ, ରୁପା ଜ୍ୟୋତି, ଉର୍ମିଳା ପରିଡ଼ା,ପ୍ରତିମା ବେହେରା, ମିନତୀ ତ୍ରିପାଠୀ, ରଞ୍ଜିତା ସାହୁ, ବିଷ୍ଣୁପ୍ରିୟା ସାହୁ, ଛବିରାଣୀ ପାତ୍ର, ସୋମା ଭଟ୍ଟାଚାର୍ଯ୍ୟ, ବାସନ୍ତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଦସ୍ୟାମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ସୁଶ୍ରୀ ଅର୍ପିତା ଏକ କବିତା ପାଠ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ,ଗୋଟିଏ କୋଠରୀରେ ପ୍ରଥମ ରୁ ତୃତୀୟ ,ଛାତ ଫାଟି ଆଁ ସାଙ୍ଗକୁ ବର୍ଷାରେ ଝରୁଛି ପାଣି

ଆମ୍ବୁଲାନ୍ସ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ: ନର୍ଲା ଥାନାରେ ଏତଲା ଦାଏର କଲେ ଯାଦବ ସମାଜ

Sunil Chandra Nayak

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!