ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ଧରାକୋଟ, ୨୪/୩/୨୫ // ରାଜ୍ୟର ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ଶିଶୁ ବାଟିକା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତି ନେଇଛନ୍ତି। ଆସନ୍ତା ଏପ୍ରିଲ ମାସ 2 ତାରିଖରେ ଏଥିପାଇଁ ପ୍ରବେଶ ଉତ୍ସବ ହେବ । ଏହି କାର୍ଯ୍ୟକ୍ରମ ରେ 5 ବର୍ଷ ବୟସର ଅଧିକ ପିଲା ମାନଙ୍କୁ ଏକ ଉତ୍ତମ, ସଂଗଠିତ ଓ ଅନୁଭୂତିମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ ।ନୂତନ ଶିକ୍ଷାନୀତି -2020 ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏହି ଶିଶୁ ବାଟିକା FC ନୂତନ ଭାବେ ଆରମ୍ଭ ହେବାକୁ ଯାଉଛି। ଏଥିରେ 5 ବର୍ଷ ରୁ ଅଧିକ ବୟସର ପିଲାମାନେ ନାମ ଲେଖାଇବେ। ଏହାକୁ ସ୍ମରଣୀୟ କରାଇବା ପାଇଁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜୋକ ଶ୍ରୀ ସୌରୀ ଶଙ୍କର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସିମାଞ୍ଚଳ ବେହେରା, କ୍ଲଷ୍ଟର ସମ୍ବଳ କେନ୍ଦ୍ର ସଂଯୋଜକ ଶ୍ରୀ ଜଗନ୍ନାଥ ପଢ଼ିଆରୀ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ସେନାପତି ଓ ଶିକ୍ଷକ ଶ୍ରୀ ଭାସ୍କର ବାଡତ୍ୟା ଘରକୁ ଘର ଯାଇ ଫୁଲ ଚନ୍ଦନ ଅର୍ପଣ ପୂର୍ବକ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ନାମଲେଖା ପାଇଁ ଯୋଗ୍ୟ ପିଲାଙ୍କ ସହିତ ପରିବାର ର ସଦସ୍ୟ ମାନଙ୍କୁ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

Sunil Chandra Nayak

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

masiha

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

masiha

Leave a Comment

error: Content is protected !!