ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାକାଳପଡ଼ା ବ୍ଲକ ର ରାଜଗଡ ଗ୍ରାମ ପଞ୍ଚାୟତଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ମହାକାଳପଡ଼ା ବ୍ଲକ ର ରାଜଗଡ ଗ୍ରାମ ପଞ୍ଚାୟତଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା, ତା:୨୪.୦୩.୨୦୨୫ରିଖ:- ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ ଗ୍ରାମ ପଞ୍ଚାୟତଠାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ପୂର୍ବାହ୍ଣ ୮:୩୦ ଘଟିକା ଠାରୁ ପୂର୍ବାହ୍ଣ ଘ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ମହାକାଳପଡ଼ା ବିଡିଓ, ମହାକାଳପଡ଼ା ତହସିଲଦାର, ଡେପୁଟି କଲେକ୍ଟର ଏବଂ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । 

 ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୫୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୧ ଗୋଟି ସାମୁହିକ ଏବଂ ୧୩୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨୫ ହଜାର ଟଙ୍କା ୩ ଜଣ ଆବେଦନକାରୀଙ୍କୁ ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି I ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ନୂତନ ରାସନ୍‌କାର୍ଡ଼ ପ୍ରଦାନ, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା, ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ, ପାନୀୟ ଜଳ ସମସ୍ୟା, ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ରାସ୍ତା ଜବରଦଖଲ ଉଚ୍ଛେଦ, ରାସ୍ତା ମରାମତି ତଥା ପ୍ରଶସ୍ତିକରଣ ଆଦି ଅଭିଯୋଗଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ

Sunil Chandra Nayak

ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ 

masiha

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

masiha

Leave a Comment

error: Content is protected !!