ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ମାତା କି ଜୟ ଏବଂ ଦେଶ ଭକ୍ତିମୟ ଭାବନାରେ ପାଳିତ ହେଲା ସ୍ୱାଧୀନତା ଦିବସ

ଭାରତ ମାତା କି ଜୟ ଏବଂ ଦେଶ ଭକ୍ତିମୟ ଭାବନାରେ ପାଳିତ ହେଲା ସ୍ୱାଧୀନତା ଦିବସ

ଝରିଗାଁ: ୧୫/୮/୨୬ ଝରିଗାଁରେ ଉତ୍ସାହ ଓ ଦେଶଭକ୍ତିର ଭାବନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ମଧୁସୂଦନ ମାଝୀ ଙ୍କ ଅଧକ୍ଷ ତାରେ ଝରିଗାଁ ବିଧାୟକ ନରସିଂହ ଭତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗଦେଇଥିଲେ।

ଏହି ଅବସରରେ ଝରିଗାଁର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କୃତିତ୍ୱ ଓ ପ୍ରତିଭା ପାଇଁ ପୁରସ୍କୃତ କରାଯାଇଥିଲା।

ଝରିଗାଁ ହାଇସ୍କୁଲ ପଡ଼ିଆରେ ଆକର୍ଷଣୀୟ ପ୍ୟାରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ୟାରେଡ୍‌ରେ ବିଭିନ୍ନ ଦଳ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ପ୍ୟାରେଡ୍ ପରିଦର୍ଶନ କରିବା ସହ ଅଂଶଗ୍ରହଣକାରୀଙ୍କ ଉତ୍ସାହ ଓ ଶୃଙ୍ଖଳାକୁ ପ୍ରଶଂସା କରିଥିଲେ। ସମଗ୍ର ଝରିଗାଁ ଅଞ୍ଚଳରେ ‘ଭାରତ ମାତା କି ଜୟ’ ଧ୍ୱନିରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଝରିଗାଁ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର lନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ “ସି ଏମ କିସାନ” ସହାୟତା ରାଶି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!