ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

ଜୁନାଗଡ଼ (ମ ନି ସ):ତା-୨୬/୦୩  // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦ୍ଧାର ପ୍ରାପ୍ତ ବନ୍ଧିତ ଶ୍ରମିକ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଦେବାପାଇଁ ଶ୍ରମବାହିନୀ ଓଡ଼ିଶା ଉପ-ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ବଗର୍ତ୍ତୀ ଆଜି ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ ଦାବିପତ୍ରରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଜିଆ, ଲେତେର, ସାନଚେରଗାଁ,ଟେମିରି,ସର୍ଗିଗୁଡା, ଗ୍ରୀଣ୍ଡୋଲ, କରଞ୍ଜକୋଟ,  ସିଆଲଝୁଡି,ପଦମପୁର, ଉଛ୍ଛଲା, କେନ୍ଦୁପାଣି ,ଉଦେଶୃଙ୍ଗ, ନୂଆଗାଁ, ସକ୍ରିପାଲି ,ବୈଜଲପୁର, ଡୁଡୁକେଲ, କର୍ଲି,ତୁମୁରା,ମହାଲିଙ୍ଗ,ଲାଞ୍ଜି, ସିନାପାଲି, ଦଶପୁର, ଫଟାମୁଣ୍ଡା,ଫୁଣ୍ଡା ଗାଆଁର ୧୦୯ ଜଣ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟମାନଙ୍କରେ ବନ୍ଧକ ଥିବା ସମୟରେ ଓଡ଼ିଶା ସରକାର ଉଦ୍ଧାର କରି ଆଣିଥିଲେ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଥବା ବିଜୁ ପକ୍କାଘର ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ବନ୍ଧକ ଶ୍ରମିକମାନଙ୍କୁ ପକ୍କାଘର ମିଲି ପାରିଲେ ଉପକୃତ ହେବେ ବୋଲି ଶ୍ରୀଯୁକ୍ତ ବଗର୍ତ୍ତୀ ପ୍ରତିକ୍ରିୟା ରଖିଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ମ.ରାମପୁର ରେ କାମନା ଦଣ୍ଡ ଶମ୍ଭୁ ମିଳନ ପାଇଁ ସର୍ବସାଧରଣ ବୈଠକ : ଅପ୍ରେଲ ୧୨ ରେ ପଞ୍ଚ ଶମ୍ଭୁ ମିଳନ ଉତ୍ସବ 

Sunil Chandra Nayak

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଯୁବ ପତ୍ରକାର ସଂଘ କାର୍ଯ୍ୟକାରିଣୀ ବୈଠକ

masiha

Leave a Comment

error: Content is protected !!