ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘଟଣା କୁ ଚପାଇଦେବାପାଇଁ ଅଧିକାରୀ ମାନେ ନିର୍ଯାତନା ହେଇଥିବା ଦାଦନ ଶ୍ରୀମିକ ମାନଙ୍କୁ ସାଧକାଗଜ ରେ ଦସ୍ତଖତ କରାଇଲେ 

ଘଟଣା କୁ ଚପାଇଦେବାପାଇଁ ଅଧିକାରୀ ମାନେ ନିର୍ଯାତନା ହେଇଥିବା ଦାଦନ ଶ୍ରୀମିକ ମାନଙ୍କୁ ସାଧକାଗଜ ରେ ଦସ୍ତଖତ କରାଇଲେ 

ବେଲପଡା ବ୍ଲକ ର ବିଭିନ୍ନ ଗାଁରୁ ବାହାର ରାଜ୍ୟ  କୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯାତନା ର ଶିକାର ହୋଇ ଘର କୁ ଫେରିଥିବା ଦାଦନ ଶ୍ରମିକ ମାନଙ୍କ ପାଖରେ 2 ଜଣ ଶ୍ରମ ନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |ତେନ୍ତୁଳିମୁଣ୍ଡା ଗାଁରେ ସମସ୍ତ ଶ୍ରମିକ ମାନଙ୍କୁ ଏକତ୍ରିତ କରି ଏହି ତଦନ୍ତ ଆରମ୍ଭ କରାଯାଇଛି |କିନ୍ତୁ ତଦନ୍ତ ବେଳେ ଶ୍ରମିକ ମାନଙ୍କ ଠାରୁ ଧଳା କାଗଜ ରେ ବିଭାଗୀୟ ଅଧିକାରୀ ମାନେ ଦସଖସ୍ତ ନେବାରୁ ଉତ୍ତେଜନା ପ୍ରକାଶ ପାଇଛି |କେଉଁ ଉଦେଶ୍ୟ ରେ କଣ ପାଇଁ କିଛି ଲେଖା ନଥିବା କାଗଜ ରେ ତଦନ୍ତ ରେ ଆସିଥିବା ଅଧିକାରୀ ମାନେ ଦସଖସ୍ତ ମାଗୁଥିବା ବିରୋଧ ପରେ ଲେଖି ପଢ଼ି ଶୁଣାଇଥିଲେ ଅଧିକାରୀ ଏବଂ ଘଟଣା ଶାନ୍ତ ପରେ ତଦନ୍ତ ଆରମ୍ଭ କରିଥିଲେ |ତେବେ ଘଟଣା କୁ ଅନ୍ୟରୂପ ଦେଇ ସମ୍ପୃକ୍ତ ଦାଦନ ଦଲାଲ କୁ ଖସାଇ ଦେବାପାଇଁ ଅଧିକାରୀ ମାନେ ସାଧା କାଗଜ ରେ ଦସଖସ୍ତ ନେଇଥିବା ଚର୍ଚ୍ଚା ହେଉଛି |ଏନେଇ ଅଧିକାରୀ ମାନେ କିଛି କହିନ ଥିବାବେଳେ ଉପଯୁକ୍ତ ତଦନ୍ତ ହେବ ଏବଂ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେଇଛନ୍ତି |ଅନ୍ୟପଟେ ଶ୍ରମିକ ମାନେ ସମ୍ପୃକ୍ତ ଦାଦନ ସର୍ଦାର ମୁନା ଓରଫ ପ୍ରତାପ କୁମାର ଅଗସ୍ତି ଙ୍କ ସହ ଅନ୍ୟ ଦୁଇ ସହଯୋଗୀ ଙ୍କ ନାଁରେ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହେଲେ ପୁଲିସ ତାକୁ ଗିରଫ କରୁନାହିଁ କି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହିଁ |ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି |ମିଳିଥିବା ସୂଚନା ମୁତାବକ ବେଲପଡା ଥାନା ତେନ୍ତୁଳିମୁଣ୍ଡା, ରାଡ଼ବାହାଲ, ସର୍ଗିଗୁଡା, ବାଘୁଆବାହାଲ ଗାଁର ପ୍ରାୟ 30 ରୁ ଉର୍ଦ୍ଧ ଦାଦନ ଶ୍ରମିକ ବେଲପଡା ଥାନା ମଣ୍ଡଳ ଗାଁର ଦାଦନ ସର୍ଦାର ମୁନା ଓରଫ ପ୍ରତାପ ଅଗସ୍ତି ଙ୍କ ଜରିଆରେ ମୁଣ୍ଡପିଛା 40 ହଜାର ଟଙ୍କା ବଇନା ଦେଇ ଆନ୍ଦ୍ରପ୍ରଦେଶ ର କାଲିଶ୍ରୀ ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ |କିଛି ଦିନ ସେଠାରେ କାମ କଲାପରେ ଇଟାଭାଟି ମାଲିକ ନିର୍ଯାତନା ଦେବା ଆରମ୍ଭ କରିଥିବା ଶ୍ରମିକ ମାନେ ଅଭିଯୋଗ କରିଥିଲେ |ଅତ୍ୟଧିକ କାମ ସହ ଖାଇବା କୁ ନଦେଇ ଦିନରାତ୍ରି କାମ କରିବାକୁ ଶ୍ରମିକ ମାନଙ୍କୁ ବାଧ୍ୟ କରୁଥିବା ଶ୍ରମିକ ମାନେ କହିଛନ୍ତି |ଏନେଇ ଶ୍ରମିକ ମାନେ ଏକ ଭିଡ଼ିଓ କରି ଓଡିଶା ସରକାର କୁ ଉଦ୍ଧାର କରିବାକୁ ହାର ଗୁହାରି କରିଥିଲେ |ସ୍ଥାନୀୟ ପ୍ରଶାସନ ଉଦ୍ୟମ କ୍ରମେ ଗତ 23 ତାରିଖ ଦିନ ଗାଁ କୁ ଆସିଥିଲେ ସମସ୍ତ ଶ୍ରମିକ |ତେବେ ତଥାପି ଦାଦନ ସର୍ଦାର ମୁନା ନିଜ ଦୁଇ ଦଲାଲ କେଶବ ଏବଂ ରତନ କୁ ଲଗାଇ ଗାଁ ଫେରନ୍ତା ଶ୍ରମିକ ମାନଙ୍କୁ ବକେୟା ଟଙ୍କା ଫେରାଇବାକୁ ଧମକ ଚମକ ଦେଇଥିଵା ଅଭିଯୋଗ ହେଉଛି |ଯାହାପାଇଁ ଶ୍ରମିକ ମାନେ ବେଲପଡା ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଦାଦନ ସର୍ଦାର ଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ |ଏନେଇ ଥାନରେ ସମ୍ପୃକ୍ତ ସର୍ଦାର ଙ୍କ ନାଁରେ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ଜଣାପଡିଛି |ଅନ୍ୟପଟେ କେମିତି ଘଟଣା ଚପାଇହେବ ଭରପୁର ଉଦ୍ୟମ କରୁଛି ଦାଦନ ସର୍ଦାର |ଯାହାକୁ ନେଇ ଏସପି ଏଦିଗରେ ଦୃଷ୍ଟି ଦେଇ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାଦନ ଶ୍ରମିକ ରବୀନ୍ଦ୍ର ଶବର,ଯୁଗେଶ୍ୱର ବାଗ, ଜଗନ୍ନାଥ ବାଗ, ନନ୍ଦୀ ବାଗ, ଅକ୍ଷୟ ହଂସ, ରିତୁ ହଂସ, ଶେଷଦେବ ଶବର ପ୍ରମୁଖ ଦାବି କରିଛନ୍ତି |ତେବେ ତଦନ୍ତ ରେ ଆସିଥିବା ଅଧିକାରୀ ମାନେ ନିଜ ନା କହିନଥିବାବେଳେ କେମିତି ତଦନ୍ତ ରିପୋର୍ଟ ଦେଉଛନ୍ତି ଏବଂ ସର୍ଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାକୁ ନେଇ ଅପେକ୍ଷା  |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ! ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ  ରକ୍ତଦାନ ଶିବିର; ୨୪ ୟୁନିଟ୍ ରକ୍ତ ସଂଗୃହିତ

masiha

ଆଧ୍ୟାତ୍ମ୍ୟ ବିନା ଜୀବନ ମୂଲ୍ୟହୀନ: ସୁନୀତି ମୁଣ୍ଡ୍‌‌

masiha

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

Leave a Comment

error: Content is protected !!