ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

ତେନ୍ତୁଳିଖୁଣ୍ଟି-୨୮/୦୩/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନସ୍ଥ ଖାତିଗୁଡା ଥାନା ଅଧିକାରୀ ହରିସ ଚନ୍ଦ୍ର ଗୋଲରୀ ଙ୍କ ନେତୃତ୍ୱରେ ନବରଙ୍ଗପୁର ପୋଲିସ ବିଭାଗ ସହାୟତାରେ ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ୱରେ ଥିବା ପାହାଡିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଜନ ସମ୍ପର୍କ ଶିବିର ଗୁରମାଇ ଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଇନ୍ଦ୍ରାବତୀ ବରିଷ୍ଠ ନାଗରିକ ରମେଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ରେ ମୁଖ୍ୟ ଅତିଥି ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଅନ୍ୟତମ ଅତିଥି ଏସ ଡି ପି ଓ କୃଷ୍ନ ଚନ୍ଦ୍ର ଭତ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ। ଅଙ୍ଗନବାଡ଼ି,ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା।ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳର ବୃଦ୍ଧ ବୃଦ୍ଧା ଏବଂ ସାଧାରଣ ଲୋକ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା।।ସ୍ୱାସ୍ଥ୍ୟ ବିଭାଗର ଡ଼. କିରଣ କୁମାର ଦାସ, ଡ. ବିଶ୍ୱ ପ୍ରକାଶ ନାୟକ,ଡ. ଅମରେଶ ପ୍ରସାଦ ମହାନ୍ତି, ରଶ୍ମିତା ପଲେଇ ଫର୍ମାସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ଯୁବକ ମାନଙ୍କ ଦ୍ୱାରା ଭଲିବଲ ଖେଳ ପ୍ରତିଯୋଗିତା ର ଆୟଜନ କରାଯାଇଥିଲା ଏବଂ ବିଜେତା ପ୍ରତିଯୋଗୀ ଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଶିବିରରେ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ,ଚଦର, ପିଲାଙ୍କ ଶିକ୍ଷା ସାମଗ୍ରୀ, ସୋଲାର ଲେମ୍ପ,ଟର୍ଚ୍ଚ, ବାଦ୍ୟ ଯନ୍ତ୍ର,ଖେଳ ସାମଗ୍ରୀ ଭଳି ବିଭିନ୍ନ ପ୍ରକାର ଜିନିଷ ଉପସ୍ଥିତ ଲୋକଙ୍କୁ ପୋଲିସ ବିଭାଗ ପକ୍ଷରୁ ବିତରଣ କରାଯାଇଥିଲା।ଅଙ୍ଗନବାଡ଼ି କର୍ମୀ ,ଆଶା କର୍ମୀ ବିଦ୍ୟାଳୟ ଶିକ୍ଷକ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଖାତିଗୁଡା ଥାନା ପକ୍ଷରୁ ମହେଶ୍ୱର ବୁଡ଼ବାଡ଼େ,ଧୁବଳ ହିଆଲ, ରଶ୍ମିତା ରାଜୁ ଙ୍କ ଉପସ୍ଥିତିରେ ଖାତିଗୁଡା ଥାନା ଷ୍ଟାଫ ସହଯୋଗ କରିଥିଲେ।ଏହି ଜନସମ୍ପର୍କ ଶିବିର ରେ ଗୁରମାଇ ଗୁଡା, ଝୋଲା ଗୁଡା, ଟାଙ୍ଗନି କୋଟ, ବାଗ୍ରା,ତଲଙ୍ଗ ଗ୍ରାମର ଲୋକମାନେ ଯୋଗ ଦେଇଥିଲେ। ପୋଲିସ ସହ ସାଧାରଣ ଜନତା ଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ଏହା ଏକ ପ୍ରୟାସ। ଏହାଦ୍ବାରା ସାଧାରଣ ଜନତା ଏବଂ ପୋଲିସ ମଧ୍ୟରେ କିଛିଟା ସୁସମ୍ପର୍କ ସୃଷ୍ଟି ହୋଇପାରୁଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

ଭିଜିଲା ବିଜୟା ଦଶମୀ: ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

Sunil Chandra Nayak

Leave a Comment

error: Content is protected !!