ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟ କ୍ରମ ଅନୁଷ୍ଠିତ

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟ କ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦେଇ ଥିଲେ ।ବର୍ତ୍ତମାନ ଯୁଗରେ ଝିଅ ଜନ୍ମ କରିବା ପାଇ ସମସ୍ତେ ନାରାଜ ହେଉଛନ୍ତି ଓ ପୁଅ ହେଲେ ଖୁସି ହେଉଛନ୍ତି । କାରଣ ଏହି ଯୁଗରେ ଯେଉଁଭଳି ଅତ୍ୟାଚାର ବଳାତ୍କାର ,ନିର୍ଯ୍ୟାତନା ବଢିବାରେ ଲାଗିଛି ।ଏଭଳି ଅତ୍ୟାଚାର କୁ ଦୃଷ୍ଟି ରେ ରଖି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପ ନେଇ ଛନ୍ତି । ବେଟି ବଚାଓ ବେଟି ପାଢ଼ାଓ ବୋଲି ଶ୍ରୀ ମୋଦି ଆହ୍ବାନ ଦେଇଛନ୍ତି । ପ୍ରତ୍ୟେକ କ୍ଷେତ୍ରର ଝିଅ ମହିଳା ମାନଙ୍କୁ ଆଗ କୁ କେମିତି ବଢ଼ିବେ ନିଜକୁ ନିଜେ କେମିତି ଶଧୃଢ଼ ରହିବେ ଓ ନିଜ ଗୋଡ଼ରେ ନିଜେ କେମିତି ଛିଡ଼ା ହେବେ ତାହା ନେଇ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡାକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଲାମ୍ବର ବିଶି , ବିଦ୍ୟାଳୟର ସଭାପତି ସୁଜାତା ରାଉତ ,ଅକ୍ରୁର ଅଧିକାରୀ ,ବିକ୍ରମ ମାଝୀ , ସସ୍ମିତା ମଙ୍ଗରାଜ ଉପସ୍ଥିତ ଥିଲେ । ଶ୍ରୀ ଅଗ୍ରୱାଲ ନିଜ ଅଭିଭାଷଣ ରେ କହିଥିଲେ । ଝିଅ ହେଉଛି ଘର ର ଲକ୍ଷ୍ମୀ ଓ ତାଙ୍କୁ ଛୋଟ ଭାବିବା କଥା ନୁହ କାରଣ , ବର୍ତ୍ତମାନ ଯୁଗରେ ଝିଅ ମାନେ ଚନ୍ଦ୍ର ଜାନ ଯାତ୍ରା କରି ଫେରୁଛନ୍ତି । ଦେଶର ସୁରକ୍ଷା ପାଇ ବୋଡ଼ର୍ ଯଗୁଛନ୍ତି । ସେହି ଭଳି ଡାକ୍ତର ,ଇଞ୍ଜିନିୟର ,ପ୍ରତ୍ୟେକ କ୍ଷେତ୍ରରେ ଝିଅ ମାନଙ୍କୁ ଗୁରୁତ୍ଵ ଦିଆଯାଉଛି ବୋଲି ମତ ପ୍ରକାଶ କରିଥିଲେ।

ଜଗଜିବନ୍ ସା ଙ୍କ ରିପୋର୍ଟ୍ 

Related posts

ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ ଆରମ୍ଭ

Sunil Chandra Nayak

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

masiha

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!