ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଡାବୁଗାଁ, ୨୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଠାରେ ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ଡଙ୍ଗରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକଲବ୍ୟ ପରିଡା ଚଳିତ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିବେ | ୩୦ ଓ ୩୧ ତାରିଖ ଛୁଟି ପଡୁଥିବାରୁ ଆଜି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଅବସରକାଳୀନ ସଭାରେ ସଂଘ ସଭାପତି ମୋହନସିଂ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ରଶ୍ମିତା ନେତମ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଦ୍ଵାରା ଅବସରପ୍ରାପ୍ତ ଶିକ୍ଷକ ଅକଲବ୍ୟ ପରିଡା ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା | ଏଥିରେ ଗିରିଶବାଳା ଜେନା, ଅନିତା ବେହେରା, ସୁଜ୍ଞାନୀ ବେହେରା, ସତ୍ୟଭାମା ନିହାଲ, ପୂଜା ଦତ୍ତ, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୁରେଶ ଚନ୍ଦ୍ର ବେହେରା, ସୌଭାଗ୍ୟ ବିଶ୍ଵାଳ, ମଙ୍ଗରାଜ ମାଝି, ବଲ୍ଲଭ ନାରାୟଣ ପଣ୍ଡା, ଜିତେନ୍ଦ୍ର କୁମାର ମାଝି, ଅଜିତ ଷଡଙ୍ଗୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଶିକ୍ଷକ ଗୁପ୍ତେପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଛି

Sunil Chandra Nayak

ବ୍ରହ୍ମପୁର ଠାରେ ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ 

Sunil Chandra Nayak

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!