ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍.ଶ୍ରୀ ଚିଚୈଗୁଡା ସରକାରୀ ହାଇସ୍କୁଲରେ ପି.ଏମ୍.ଶ୍ରୀ ବାର୍ଷିକ କ୍ରୀଡା

ପି.ଏମ୍.ଶ୍ରୀ ଚିଚୈଗୁଡା ସରକାରୀ ହାଇସ୍କୁଲରେ ପି.ଏମ୍.ଶ୍ରୀ ବାର୍ଷିକ କ୍ରୀଡା

ଜୁନାଗଡ଼,୨୯/୩/ମନୀ ସ) ଚିଚୈଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର “ପି,ଏମ୍,ଶ୍ରୀ କ୍ରୀଡା ଉତ୍ସବ” ଉଦଘାଟିତ ହୋଇଯାଇଛି । ଏହାକୁ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧକ୍ଷା ଶ୍ରୀମତୀ ସୁଧୀରା ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟ ର ତା ୨୫ଓ ୨୬ ଦୁଇ ଦିନ ମଧ୍ୟ ରେ ସମସ୍ତ ଛାତ୍ର, ଛାତ୍ରୀଙ୍କୁ ନେଇ ସର୍ବ କନିଷ୍ଠ,କନିଷ୍ଠ ଓ ବରିଷ୍ଠ ତିନୋଟି ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗ କୁ ନେଇ ସର୍ବ ମୋଟ ୨୮ଟି କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ମେହେର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛାତ୍ରୀ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁପସିଂ ରାଉତ ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧୀରା ମେହେର ଓ ପୂର୍ବତନ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ମେହେର ଯୋଗ ଦେଇ ବିଦ୍ୟାଳୟ ରେ ଖେଳକୁଦ ର ମହତ୍ତ୍ଵ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହା ପରେ ସମସ୍ତ କୃତୀ ଖେଳାଲୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଖେଳକୁଦ ପ୍ରତିଯୋଗିତରେ ବାଳକ ଓ ବାଳିକା ବିଭାଗ ରେ ଯଥାକ୍ରମେ ସୁରେନ୍ଦ୍ର ମାଝୀ (ନବମ) ଓ ଡଳୀ ନାଏକ (ନବମ) ଚାମ୍ପିଅନ ହୋଇଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରେମଲାଲ୍ ବାଗ , ଘନ କୁମାର ,କାହ୍ନୁ ଚରଣ ପଣ୍ଡା,ସୂର୍ଯ୍ୟ ନାରାୟଣ ମେହେର ପୁରସ୍କାର ବିତରଣ ଓ ଶିକ୍ଷୟତ୍ରୀ ସୁମୁଖି ମେହେର ଓ ମାନିନୀ ମେହେର ପୂଜନ ତଥା ସ୍ଵାଗତ ସଂଗୀତ ପରିଚାଳନା କରିଥିଲେ । ଉପେନ୍ଦ୍ର ମେହେର,ନୀଳାମ୍ବର ମେହେର ,ସଞ୍ଜୀବ ମେହେର,ଗଗନ ସାହୁ,ଲୀଳାବତୀ ମେହେର,ଅପରାଜିତା ମେହେର,ସୁଜାତା ମେହେର,ହେମଙ୍ଗିନି ମେହେର, ଦିପଞ୍ଜଳି ମେହେର ,ସଂକୀର୍ତ୍ତନ ବିହାରୀ,କିରଣ ମେହେର ,ପ୍ରଦୀପ ପ୍ରଧାନୀ,ତାପସ ମେହେର, ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରୋବ ପ୍ରାର୍ଥନା

masiha

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

Leave a Comment

error: Content is protected !!