ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା। 

୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

ଦେଶୀ ମଦ ଭାଟି ରୁ ଡକାୟତି ଘଟଣା ରେ ପୁଲିସ କୁ ସଫଳତା ମିଳିଛି, ୧୦ ଆନ୍ତଃ ରାଜ୍ୟ ଡକାୟତି ଦଳ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ ।କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଏକ ୯ ଜଣିଆ ଅନ୍ତରାଜ୍ୟ ଚୋରଗ୍ୟାଙ୍ଗକୁ ଗିରଫ କରିବା ସହ ଜଣେ ଚୋରି କରିଥିବା ସାମଗ୍ରୀ କିଣୁଥିବା ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନଙ୍କ ଠାରୁ ଏକ ପିକ୍ଅପ ଭ୍ୟାନ, ନଗଦ ୪ ଲକ୍ଷ ୭୨ ହଜାର ଟଙ୍କା,ଓଜନ ମେସିନ ଓ ଲୁହା କଟର ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର, ନୂଆପଡା ଜିଲ୍ଲାରେ ଉତ୍ପାତ ମଚାଉଥିଲେ ଏହି ୯ ଜଣିଆ ଚୋର ଗ୍ୟାଙ୍ଗ। ଏହି ତିନୋଟି ଜିଲ୍ଲାର ୧୧ଟି ଥାନାରେ ଚୋର ମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଜୟପାଟଣା ଥାନା ଅନ୍ତର୍ଗତ ବାନେର ଦେଶୀମଦ ଭାଟିରେ ଚୋରି ହୋଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା।ଏଥିରେ ପ୍ରାୟ ୯ ଜଣ ଦୁର୍ବୁର୍ତ୍ତ ଆସି କଟର ସାହାଯ୍ୟ ରେ ଭାଟିର ସାମଗ୍ରୀ ଚୋରି କରି ନେଇଥିବା ସିସିଟିଭି ମାଧ୍ୟମରେ ଜଣାପଡିଥିଲା।ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ଉକ୍ତ ଗ୍ୟାଙ୍ଗ ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚୋରିରେ କରିବା ସହ ଏକ ଦଲାଲ କୁ ଚୋରି ସାମଗ୍ରୀ ବିକ୍ରି କରୁଥିଲେ।ଦଲାଲ ଚୋରି ସାମଗ୍ରୀକୁ ସୀମାନ୍ତ ରାଜ୍ୟ ଛତିଶଗଡ଼ରେ ବିକ୍ରି କରୁଥିଲା।ଚୋର ମାନଙ୍କ ମଧ୍ୟରୁ ଅନେକ ଯାଯାବର ଅଟନ୍ତି।ଏମାନେ ଦିନ ବେଳେ ପ୍ଲାଷ୍ଟିକ, କାଚ ସଂଗହ ଆଲରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରି ଚୋରିର ଯୋଜନା ପ୍ରସ୍ତୁତ କରିବା ସହ ରାତିରେ ଚୋରି କରୁଥିଲେ ।ଅଭିଯୁକ୍ତ ମାନେ ହେଲେ ନୂଆପଡା ଜିଲ୍ଲା ମହାସମୁନ୍ଦ ଗାଁ ର କୈଳାସ ଦେବର (୨୯),ରମୁ ଦେବର(୨୨),ପିତାମ ଦେବର(୨୦),ଅମୀର ଦେବର (୨୭), ଅକ୍ଷୟ କୂଳହରିଆ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ବନରାଶୀ ବେହେରା(୨୫), ଗୁଡୁ ଝାର(୪୦), ମହାସମୁଣ୍ଡ ଥାନା ବାଗବହାରା ଗାଁ ର ମକରନ୍ଦ ଦେବର(୧୯)ଓ ସାମଗ୍ରୀ କ୍ରୟ କରୁଥିବା ବଙ୍ଗୋମୁଣ୍ଡା ଥାନା ଅଂଚଳର ବୈଦ୍ୟନାଥ ମେହେର କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାମରେ ଜୟପାଟଣା ଥାନାରେ କେଶ ନମ୍ବର ୫୪/୨୦୨୫ ରେ ବିଏନଏସ ୩୩୧(୪),୩୦୫,୩(୫) ମାମଲା ରୁଜ୍ଜୁ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

Sunil Chandra Nayak

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

masiha

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!