ନର୍ଲା ବ୍ଳକ ଅନ୍ତର୍ଗତ କୁରମେଲ ଗ୍ରାମରେ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ନବ କିଶୋର ମାଝୀ ଙ୍କୁ ନିଜ ପୁଅ ପୁରୁଷୋତ୍ତମ ମାଝୀ ଟାଙ୍ଗିଆରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି କରୁଥିଲା । ତେବେ ଘଟଣାର ଗୋଟିଏ ଦିନ ପରେ ଗୁରୁବାର ଦିବା ୧୨ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଂଚାୟତର ବୋରିଙ୍ଗପଦର ଗ୍ରାମ ନିକଟରେ ଥିବା ନାଳରୁ ଏକ ମୃତ ଯୁବକଙ୍କ ଶବ ଭାସୁଥିବା ଗାଆଁ ଲୋକେ ଦେଖିଥିଲେ।ପରେ ନର୍ଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା ଓ ଉକ୍ତ ମୃତ ଯୁବକ ପୁରୁଷୋତ୍ତମ ମାଝୀ ବୋଲି ଜଣାପଡିଥିଲା। ଏଠାରେ ଅଭିଯୁକ୍ତ ନିଜର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି । ଏହି ଘଟଣାକୁ ନେଇ ଏକ ସନ୍ଧ।ନୀ କୁକୁର ସହିତ ନର୍ଲା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।