ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ନିର୍ବାଚନ : ସିରାଜ ସଭାପତି , ତପନ ସମ୍ପାଦକ 

ଓକିଲ ସଂଘ ନିର୍ବାଚନ : ସିରାଜ ସଭାପତି , ତପନ ସମ୍ପାଦକ 

ନବରଙ୍ଗପୁର:(୨୯|୩)(ରବିନାରାୟଣମହାନ୍ତି)ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ ନାମ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ସଭାପତି ଭାବେ ପୂର୍ବତନ ବାର ସଭାପତି ସିରାଜୁଦ୍ଦିନ ଅହମ୍ମଦ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସଦାଶିବ ସାହୁ , ସମ୍ପାଦକ ଭାବେ ଲଗାତର ତୃତୀୟ ଥର ନିର୍ବାଚିତ ହୋଇ ତପନ କୁମାର ସିଂ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ଅପରପକ୍ଷେ କୋଷାଧକ୍ଷ ରୂପେ ସେଖ ବାବା ଅଲିଶା ଓ କାର୍ଯ୍ୟକାରୀ ସଦସ୍ୟ ରୂପେ ଗଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରାଯାଇଛି । ଗତ ୯ ତାରିଖ ଦିନ ଯାଞ୍ଚ ପ୍ରକ୍ରିୟାରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ନାମାଙ୍କନ କାଏମ ରହିବା ପରେ ୧୨ ତାରିଖ ଦିନ ଅନୁଷ୍ଠିତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିବସରେ କିଛି ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଗୋଟିଏ ଯୁଗ୍ମ ସମ୍ପାଦକ ପଦବୀ ଓ ୩ଟି କାର୍ଯ୍ୟକାରୀ ସଦସ୍ୟ ପଦବୀ ଖାଲି ପଡିଥିଲା । ଆଗାମୀ ଦିନରେ ଏହି ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏପ୍ରିଲ ପହିଲା ଠାରୁ ୨୦୨୬ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ରହିବ । ଏହି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମରାନ ସରିଫ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ଚିକିତ୍ସା ନିମନ୍ତେ ସୁଯୋଗ

Leave a Comment

error: Content is protected !!