ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବଗିରି ମଠରେ ଚୈତ୍ର ନବରାତ୍ର ଆରମ୍ଭ 

ଦେବଗିରି ମଠରେ ଚୈତ୍ର ନବରାତ୍ର ଆରମ୍ଭ 

ନର୍ଲା,୩୦|୩: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଭଗବତ ସ୍ବାମୀ ଦେବଗିରି ମଠରେ ବୈଦିକ ବିଧାନ ଅନୁସାରେ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ରବିବାର ସକାଳୁ ମଠର ପୂଜାରୀ ସନ୍ତୋଷ ପାଢ଼ୀ ଗୁମ୍ଫା ମଧ୍ୟସ୍ଥ ଦେବୀ ଚଣ୍ଡିଙ୍କ ଆସ୍ଥାନ ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରି ପୂଜାରମ୍ଭ କରିଛନ୍ତି। ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ଏହି ନବରାତ୍ର ଆରମ୍ଭ ହୋଇଛି। ଦେବଗିରି ରାଜ୍ୟର ଏକ ପ୍ରାଚୀନ ଶକ୍ତି ପୀଠ ହୋଇଥିବାରୁ ଏଠାରେ ଦୂର ଦୂରଦୂରାନ୍ତରୁ ଅନେକ ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଦେବୀଙ୍କ ଆରଧନାରେ ମୁଖରିତ ହୋଇ ଉଠିଛି ଦେବଗିରି ମଠ। ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗା ଯଥା; ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ରହିଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Sunil Chandra Nayak

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

Leave a Comment

error: Content is protected !!