ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ 

ତା ୩୦. ୩. ୨୦୨୫ରିଖ ଦିନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପାଳିତ ହୋଇଛି ରାଷ୍ଟ୍ରୀୟ ନବବର୍ଷ। କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀମନୋଜକୁମାରମୁଣ୍ଡଙ୍କ ତତ୍ୱାବଧାନରେ ହିନ୍ଦୁରାଷ୍ଟ୍ରୀୟ ନବବର୍ଷ କୁ ଝୁଟି ମୁରୁଜ ଏବଂ ଶଙ୍ଖଘଣ୍ଟ ବଜାଇ ଧୂମଧାମରେ ପାଳନ କରାଯାଇଛି। ମୁଖ୍ୟଅତିଥି ଥିଲେ ସଂଘ ପ୍ରଚାରକ ଶ୍ରୀ ଚକ୍ରଧର ରାଓ।ବରିଷ୍ଠ ଗୁରୁଜୀ ଜୟରାମ ସାହୁ, ଓ ଶିବ ପ୍ରଧାନ ଙ୍କ ସହଯୋଗରେ ବ୍ରଜଶିଳ୍ପୀଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା।ବୌଦ୍ଧିକ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିଥିଲେ ରଶ୍ମିତା ପଣ୍ଡା, ସୁନିତା ରାଉଳ, ରଶ୍ମିତା ମିଶ୍ର, ମୋନାଲି ମହାପାତ୍ର ସନ୍ତୋଷିନୀ ଆଚାରୀ ଇତ୍ୟାଦି ଗୁରୁମା ଏବଂ ଶିଶୁ ଭାଇଭଉଣୀ। ଆକାର୍ଷଣୀୟ ଭାବରେ ବିଭିନ୍ନ ରଙ୍ଗରେ ଝୋଟି ଦେଇ ସ୍ୱାଗତ କରିଥିଲେ ସୁକାନ୍ତି ଗଉଡ଼, ଅନିତା ପଣ୍ଡା, ଜ୍ୟୋତି ସାମଲ। ଆଜିର ଦିବସର ମହତ୍ତ୍ୱକୁ ନେଇ ଅଳ୍ପ ସମୟମଧ୍ୟରେ ଅତିଥିମହାଶୟ ଖୁବ ସୁନ୍ଦର ଭାବରେ ବକ୍ତବ୍ୟ ଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସରିଥିଲା। ମଞ୍ଚ ପରିଚାଳନା କରିଥିଲେ ଆଚାର୍ଯ୍ୟା ବନଶ୍ରୀ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀ ସୁଧୀର କୁମାର ନେଗୀ। 

କିଶନ ଶର୍ମା , ଭବାନୀପାଟଣା

Related posts

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

Sunil Chandra Nayak

ରାୟଗଡ଼ା ଜିଲ୍ଲାର ୭ ବନାଞ୍ଚଳରେ ସ୍ଥାୟୀ ରେଞ୍ଜର ନାହାନ୍ତି ଅତିରିକ୍ତ ଦାୟିତ୍ୱରେ ଚାଲିଛି ବନାଞ୍ଚଳ ପରିଚାଳନା, ବନ ସୁରକ୍ଷା ନେଇ ବଢୁଛି ଚିନ୍ତା

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

Sunil Chandra Nayak

Leave a Comment

error: Content is protected !!