ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କାମାକ୍ଷାନଗର (ମନିସ )30/3/25 // ସାରୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଶତପଥୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମ୍ବିକା ସାହୁ। ସମ୍ମାନିତ ଅତିଥି ଭାବେ ସାରୁଆଳି ପଞ୍ଚାୟତ ସରପଞ୍ଚ ମଦନ ମୋହନ ବେହେରା, ପୂର୍ବତନ ଅବିଭକ୍ତ ମହୁଲପାଳ ପଞ୍ଚାୟତ ସରପଞ୍ଚ ଛବି ନାରାୟଣ ପରିଡ଼ା, ସିଆରସିସି ରାକେଶ କୁମାର ସାହୁପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶତପଥୀଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ସମୃଦ୍ଧି ମୟ ହେବାକୁ ଅତିଥିମାନେ କାମନା କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଜାଲିନ ସ୍ୱାଇଁ। ଶିକ୍ଷକ ରଞ୍ଜନ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ କ୍ରାନ୍ତି ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା ପରିଚାଳନାରେ ରୀନାରାଣୀ ସାମଲ, ପୃଥ୍ବୀରାଣୀ ଦେଇ, ସୁମିତ୍ରା ପ୍ରଧାନ, ମଧୁସ୍ମିତା ପରିଡ଼ା ଓ ସର୍ବେଶ୍ଵର ସାମଲ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଟାନ କମିଟି

masiha

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ 

masiha

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

masiha

Leave a Comment

error: Content is protected !!