ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

ନୂଆପଡ଼ା ଜିଲ୍ଲା ରାଜା ଖଡିଆର ଉଗ୍ରସେନ ଭବନ ଠାରେ ଆୟୋଜିତ ହୋଇଥିବା ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଭିନ୍ନ ସକ୍ରିୟ ସ୍ୱେଚ୍ଛାସେବୀ ସଙ୍ଗଠନକୁ ସମ୍ବଦ୍ଧନା ପାଇଁ ନିମନ୍ତ୍ରିତ କରାଯାଇଥିଲା । ରକ୍ତଦାନ ଠାରୁ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଅନେକ ପ୍ରକାରର ଜନ କଲ୍ୟାଣ କାର୍ଯ୍ୟ ଯେଭଳି ସମାଜସେବା ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର କରି ଆସୁଛି ତାହା ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ ବୋଲି କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ପ୍ରତ୍ୟେକ ଦିନର ସେବା କାର୍ଯ୍ୟକୁ ଦେଖି ସମ୍ମାନିତ କରିବା ପାଇଁ ବିବେଚିତ କରି ନିମନ୍ତ୍ରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥୂବା ବିଭିନ୍ନ ମାନ୍ୟଗଣ୍ୟ ଅତିଥ୍ ମାନଙ୍କ ଦ୍ବାରା ସଂଗଠନ ର ସଭାପତି ଗୋପିନାଥ ମହାନନ୍ଦ, ଉମାକାନ୍ତ ସୁନାନୀ,ସୁମିତ କୁମାର ଖମାରୀ,ରିଙ୍କୁ ମଙ୍ଗରାଜ, ରମେଶ ସାଗର, ଚିକୁ ବିହାରୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା । ସାମାଜିକ ସଙ୍ଗଠନ ସହିତ ସମ୍ମନ୍ବୟ ରକ୍ଷା କରି ସେବା କାର୍ଯ୍ୟକୁ ବ୍ୟାପକ କରିବାର ମାଧ୍ୟମ ହେବ ବୋଲି ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ସଭାପତି ଶ୍ରୀ ଗୋପୀନାଥ ମହାନନ୍ଦ ମତପ୍ରକାଶ କରିଛନ୍ତି । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ଅନୁଷ୍ଠିତ

masiha

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

Sunil Chandra Nayak

କୋଣାର୍କ ସ୍ପିନିଙ୍ଗମିଲ ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

Sunil Chandra Nayak

Leave a Comment

error: Content is protected !!