ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ଠାକୁର ପରିବାର (ବିଷୁବ) ମିଳନ ଉତ୍ସବ ପାଳିତ

କୌଶିକ ଠାକୁର ପରିବାର (ବିଷୁବ) ମିଳନ ଉତ୍ସବ ପାଳିତ 

ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଅବସରରେ କୌଶିକ ଠାକୁର ପରିବାରର ଏକ “ପରିବାର ମିଳନ” ୨୦୨୫ ଉତ୍ସବ ମହାସମାରୋହରେ ଜୟପାଟଣା ସ୍ଥିତ ସନ୍ଥ ଶ୍ରୀ ବାପୁଜୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ମିଳନ ଉତ୍ସବରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଜିଲ୍ଳା ତଥା ଛତିଶଗଡ଼ର,ଦେଭୋଗ ଅଞ୍ଚଳ ଆଦି ୫୧ ଟି ଗ୍ରାମରୁ ୨୧୬ ଜଣ କୌଶିକ ଠାକୁର ସଦସ୍ୟ ଉପସ୍ଥିତ ହୋଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ହୋଇ ନିଜ ରକ୍ତର ସମ୍ପର୍କକୁ ଦୃଢ଼ୀଭୂତ କରିଥିଲେ । କାର୍ଯ୍ୟ କ୍ରମର ପ୍ରାରମ୍ଭରେ ଏକ ଗାୟତ୍ରୀ ଯଜ୍ଞ ଆୟୋଜିତ ହୋଇ ନବବର୍ଷକୁ,ଶୁଭମୟ, ମଙ୍ଗଳ ମୟ କରିବା ସହ ରାଷ୍ଟ୍ରର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ୧୦୦୮ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ୮୪ ବର୍ଷ ବୟସ୍କ କୌଶିକଙ୍କୁ ପୁଷ୍ପମାଲ୍ୟ ଯଜ୍ଞୋପବିତ,ନାରିକେଳ, ଉତ୍ତରୀୟ ଆଦି ଦେଇ ସମ୍ମାନିତ କରିବା ସହ ସେମାନଙ୍କର ଆଶୀର୍ବାଦ କାମନା କରାଯାଇଥିଲା । ଯେଉଁ କୌଶିକ ଆତ୍ମଜମାନେ ଜିଲ୍ଲା,କିମ୍ବା ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି ସେମାନଙ୍କୁ କୌଶିକ ପରିବାର ସମିତି ସମ୍ମାନ ଜଣାଇ ଗୌରବାନ୍ଵିତ ଅନୁଭବ କରିଥିଲେ । ଇତ୍ୟବସରରେ କୌଶିକ ପରିବାରର ଅନେକ କଳାକାର (ଯଥା- ସୁବୀର ରଞ୍ଜନ, ରାଜଲକ୍ଷ୍ମୀ,ଗୋପାଳ, କାହ୍ନୁ,ପ୍ରତିଭା ଆଦି )ଭକ୍ତିମୟ ଭଜନ ଗାନ କରି ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନକରି ପରିବେଶକୁ ଅଧ୍ୟାତ୍ମମୟ କରିଥିଲେ । କୌଶିକ ପରିବାର ସଭାପତି ଶ୍ରାଯୁକ୍ତ ତ୍ରିନାଥ ଠାକୁର,ଲଡୁଗାଁ ଅଧ୍ୟକ୍ଷତା କରିଥିବାବେଳେ ରଜନୀକାନ୍ତ ଠାକୁର,ମୁଖିଗୁଡା କାର୍ଯ୍ୟକାରୀ ସଭାପତି,ଡମ୍ବରୁଧର ଠାକୁର,ଦେଉଣ୍ଡି, ସାରଙ୍ଗ ଧର ଠାକୁର, ଭବାନୀପାଟଣା, ଉପସଭାପତି, ପ୍ରଶାନ୍ତ କୁମାର ଠାକୁର, ସମ୍ପାଦକ, ଭବାନୀପାଟଣା ଡଃ. ନିତ୍ୟାନନ୍ଦ ଦାସ ଠାକୁର, ବଲାଙ୍ଗିର, ସନ୍ତୋଷ କୁମାର ଠାକୁର, ନୂଆପଡା, ଦିନେଶ କୁମାର ଠାକୁର, ଛତିଶଗଡ଼ ଆଦି ମଞ୍ଚାସୀନ ହେବା ସହ ଅନେକ ବରିଷ୍ଠ ମାର୍ଗଦର୍ଶକ ତଥା କନିଷ୍ଠ ସଦସ୍ୟ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ । ଶ୍ରୀ ପ୍ରମୋଦ କୁମାର ଠାକୁର ସଂଗଠନ ସଂପାଦକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସାରଙ୍ଗ ଧର ଠାକୁର ଧନ୍ୟବାଦ ଓ କୂତଜ୍ଞତା ଜ୍ଞାପନ କରିଥିଲେ । ଜୟପାଟଣା ବ୍ଲକ୍ ସଂଯୋଜକ ଶ୍ରା ବଦ୍ରିନାରାୟଣ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସଂପାଦନ ହୋଇଥିବା ବେଳେ ସରୋଜ,ରାଜେନ, ଶିଶିର,ମଦନ, ସିତୁ,ବେଣୁଧର, ପ୍ରଶାନ୍ତ,ଅରୁଣ, ଆଦିଙ୍କ ସକ୍ରୀୟ ସହଯୋଗରେ ଉତ୍ସବଟି ସରସ,ସୁନ୍ଦର,ସୁଖଦ ଓ ସ୍ମରଣୀୟ ହୋଇଥିଲା । 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା  ଅଭିଯୋଗ ଆଣିଲେ ଗ୍ରାମବାସୀ

masiha

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ସିବିଏସ୍ଇ ପରୀକ୍ଷାରେ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ସଫଳତା  

Leave a Comment

error: Content is protected !!