ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାଳୀକୃଷ୍ଣ ସଂଘର ମହା ବିଷ୍ଣୁଯଜ୍ଞ ଉଦଯାପିତ

କାଳୀକୃଷ୍ଣ ସଂଘର ମହା ବିଷ୍ଣୁଯଜ୍ଞ ଉଦଯାପିତ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନ ପୋଡାଗୁଡାଠାରେ ଗତ ୨୮ ତାରିଖରୁ ଚାଲିଥିବା କାଳୀକୃଷ୍ଣ ସଂଘର ୪୨ତମ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ସୋମବାର ଉଦଯାପିତ ହୋଇଛି। ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ଏହି ମହାବିଷ୍ଣୁଯଜ୍ଞରେ କଳସ ଯାତ୍ରା, ପୂଜନ, ହବନ, ମୁଣ୍ଡନ, କୁଣ୍ଡାବୋରୀ, ବିବାହ, ବ୍ରତ, ସଂସ୍କାର କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଘ ପରିଚାଳକ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯଜ୍ଞକାର୍ଯ୍ୟ ପ୍ରାରମ୍ଭ ହୋଇ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଯଜ୍ଞ ପୂଜନ ଓ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଓ ଆଚାର୍ଯ୍ୟମାନେ ତ୍ବରାନ୍ବିତ କରିଥିଲେ। ଯଜ୍ଞ ଫଳରେ ଗତ ୪ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଯଜ୍ଞ ସ୍ଥଳ ଆଖପାଖରେ ଦେକାନ ବଜାର ଭିଡ଼ ଲାଗିଥିଲା। ସାନପୋଡାଗୁଡା କାଳୀକୃଷ୍ଣ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞକାର୍ଯ୍ୟ ଆୟୋଜନ ହୋଇ ସମାପନ ହୋଇଛି। ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରରେ ପାଳିତ 

masiha

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

Sunil Chandra Nayak

ବଡ଼ ନିଡାମ୍ବର ସହିତ ପାଳିତ ହୋଇ ଅଛି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷ ଯାତ୍ରା

masiha

Leave a Comment

error: Content is protected !!