ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଣିତ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ,ପ୍ରଥମ ସ୍ଥାନରେ ଶାନ୍ତିଲତା

ପ୍ରକାଶ ପାଇଲା ଗଣିତ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ,ପ୍ରଥମ ସ୍ଥାନରେ ଶାନ୍ତିଲତା

ଖଇରା,୩୧/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା “ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଏକ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବ ନାହିଁ । ପ୍ରତ୍ୟେକ ରବିବାର କିଛି ନା କିଛି ଶିକ୍ଷା ବାଣ୍ଟି ଥାଏ ଅନୁଷ୍ଠାନ ପ୍ରତିଯୋଗିତା ମାଧ୍ୟମରେ । ଯାହାର ମଙ୍ଗ ଧରିଛନ୍ତି ଅପରାଜିତା ରଥ ଏବଂ ତାଙ୍କୁ ସହଯୋଗର ହାତ ବଢାଉଛନ୍ତି ତାଙ୍କର କୁନି ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ଗତ ତା ୩୦/୩/୨୦୨୫ ରିଖ ରବିବାର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରଶ୍ନ ଥିଲା ଗଣିତ ଭିତ୍ତିକ । ଯେଉଁଥିରେ ମୋଟ ୧୬ ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ (୧) ଶାନ୍ତିଲତା ରଣା, କଲ୍ଯାଣପୁର, ବିଞ୍ଝାରପୁର, ଯାଜପୁର-୧୦ (୨) କାନ୍ତିଲତା ଷଡ଼ଙ୍ଗୀ, କଟକ-୮ (୩) ଗୀତାମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ–୮ (୪) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ-୮(୫) କୃଷ୍ଣା ପାଢ଼ୀ, ଗୌଡଦିଆ, ମାର୍କୋଣା, ବାଲେଶ୍ବର-୭ (୬) ବିଶ୍ବକଲ୍ଯାଣୀ ରଥ, ରିୟା, ମାର୍କୋଣା, ବାଲେଶ୍ବର-୭) ଟି.ଏସ୍. ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ-୭ (୮) ଇତିଶ୍ରୀ ମେହେର, ଯୋଗିବାହାଲ, ସିନାପାଲି, ବରଗଡ଼-୬(୯) ଶୁଭସ୍ମିତା ପାତ୍ର, କେ.ବରିଡା, ବେଗୁନିଆପଡା, ଗଞ୍ଜାମ-୬ (୧୦) ସୁନିତା ସାହୁ, ବନହରପାଲି, ଝାରସୁଗୁଡା-୬ (୧୧) ସୁଲୋଚନା ବଳ, ସୋର, ବାଲେଶ୍ବର-୫ (୧୨) ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ-୫ (୧୩) ମାତଙ୍ଗିନୀ ମିଶ୍ର, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା-୫ (୧୪) ସନ୍ଧ୍ୟାରାଣୀ ବେହେରା, ବାରିପଦା, ମୟୂରଭଞ୍ଜ-୫ (୧୫) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର-୪ (୧୬) ଦୀପି ବାରିକ୍, ଅନୁଗୋଳ-୪ ନମ୍ବର ରଖିଛନ୍ତି ।

             ପ୍ରତିଯୋଗୀ ମାନଙ୍କୁ ମୋଟ ୧୦ଗୋଟି ପ୍ରଶ୍ନ ଦିଆଯାଇଥିଲା । ସମସ୍ତ ୧୦ଗୋଟି ପ୍ରଶ୍ନର ଉତ୍ତର ଲେଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶାନ୍ତିଲତା ରଣା । ପ୍ରଥମ ସ୍ଥାନକୁ ପିତଳ ଫୁଲ ଚାଙ୍ଗୁଡ଼ି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ତା ୦୬/୪/୨୦୨୫ ରିଖ ରବିବାର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରଶ୍ନ ରହିବ ଜ୍ଞାନପୀଠ, ପୁରସ୍କୃତ ବ୍ଯକ୍ତି ଓ ସମୟ । ପ୍ରଥମ ସ୍ଥାନକୁ ନେଇ ବିବ୍ରତ ନ ହୋଇ କାର୍ଯ୍ୟକ୍ରମରେ ଭାଗନେଇ ଚାଲନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ ଏଥିରେ ସନ୍ଦେହ ନାହିଁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଇଚ୍ଛୁକ ଵନ୍ଧୁ ମାନଙ୍କୁ ଅନୁରୋଧ ନିଶ୍ଚୟ ଭାଗ ନିଅନ୍ତୁ, ଅନ୍ୟ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରନ୍ତୁ, ଏବଂ ଜାଣି ନଥିଲେ ଜାଣିବାକୁ ଚେଷ୍ଟା କରନ୍ତୁ । ଶିକ୍ଷାରେ ଶେଷ ନାହିଁ ଏପରିକି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ଶିଖିବାର ଅଛି । ଆସନ୍ତୁ ଭାଗ ନିଅନ୍ତୁ ଏବଂ ପୁରସ୍କାର ଜିତନ୍ତୁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

Leave a Comment

error: Content is protected !!