ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧୧ତମ ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମ ଦିବସ ପାଳନ 

୧୧୧ତମ ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମ ଦିବସ ପାଳନ 

 ରାଉରକେଲା : ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୧୧ ତମ ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମ ଦିବସ ପାଳନ ହୋଇଯାଇଛି। ପ୍ରଥମେ ସେକ୍ଟର ୬ ସ୍ଥିତ କୁଷ୍ଠ କଲୋନୀ ଠାରେ ୧୧୧ତମ ମାସିକିଆ ମାଗଣା ହାଟ ନୂଆ ପୁରୁଣା ବସ୍ତ୍ର ଘରୋଇ ଆସବାବପତ୍ର ସ୍ୱଇଚ୍ଛାରେ ନେବାର ସୁଯୋଗ ଦିଆଯାଇ ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବା ପ୍ରୟାସ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଆଶ୍ରମ ର ବସ୍ତି ବାସିନ୍ଦା ମାନେ ଯୋଗଦେଇଥିଲେ । ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସେମାନଙ୍କ ମୌଳିକ ଅଧିକାର ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାକେଶ ସିଂହ , ଧନଲକ୍ଷ୍ମୀ ବେହେରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ୧୧୧ତମ ସାମୁହିକ ଜନ୍ମଦିବସ ଏଫ୍ ଇ ମଲ୍ ଠାରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନଙ୍କ ସହ ପାଳନ କରାଯାଇଥିଲା । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥି ମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ପିଜା,ଦୋସା,ମିଷ୍ଟାନ୍ନ, କେକ୍, ଆଇସକ୍ରିମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରିଷି ଆରିଆ, ଡ଼ଃ କଲ୍ୟାଣୀ ମିଶ୍ର, ପ୍ରଜ୍ଞା ପାରମିତା ଦାଶ, କୁଞ୍ଜ ବିହାରୀ ରାଉତ, ସ୍ଵାଗତିକା ପଟ୍ଟନାୟକ, ଅର୍ଚ୍ଚନା ସାହୁ, ଅମ୍ବିକା ସାହୁ,ଇନ୍ଦୁମତୀ ବିଶି,ସୁସ୍ମିତା ମୁଣ୍ଡାରୀ ,ଅଜିତl ପ୍ରଧାନ, ମାନୋସୀ ଘୋଷ, ସୁନ୍ଦର ସାହୁ, ଧନଲକ୍ଷ୍ମୀ ବେହେରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨୦୧୩ରୁ ପଦୋନ୍ନତ୍ତି ପାଇ ଏବେ ପାଇଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସବୁରି ମୁହରେ ଖୁସିର ଜୁଆର

Sunil Chandra Nayak

ବନ୍ଧୁଗାଁରେ ଗୁଡ୍ ଫ୍ରାଇଡେ ପାଳନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

masiha

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!