ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

ରାଉରକେଲା:ରାଉରକେଲା ସହରର ପାନପୋଷରେ ଥିବା ସରକାରୀ ସ୍ୱୟଂଶାସିତ ମହବିଦ୍ୟାଳୟ ପକ୍ଷରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ- ଏନ୍‌ଆଇଟି, ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗର ପ୍ରଫେସର ଜଗବନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲ ଅଧ୍ୟକ୍ଷତା କରି ଓଡ଼ିଶା ଦିବସ ପାଳନର ଗୁରୁତ୍ୱ ଓ ମହତ୍ତ୍ୱ ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ତାଙ୍କ ବକ୍ତବ୍ୟରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ଓଡ଼ିଶାର ବିକାଶ ଓ ପ୍ରଗତୀରେ ଓଡ଼ିଆମାନଙ୍କ ସମେତ ଏଠାରେ ବସବାସ କରୁଥିବା ଅଣଓଡ଼ିଆମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ଜ୍ଞାନାର୍ଜନ ସହିତ ସୃଜନାତ୍ମକ ବିକାଶ ଦିଗରେ ଧ୍ୟାନ ଦେବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଓଡ଼ିଆ ବିଭାଗର ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ. ସୁଷମା ମୋଦି ଓଡ଼ିଶା ଦିବସ ପାଳନ ସହିତ ଓଡ଼ିଆମାନଙ୍କ ଭାବାବେଗ ଜଡ଼ିତ ଥିବା କହିଥିଲେ। ଏଥିରେ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ମାୟାଧର ବାରିକ ଏବଂ ପରିସଂଖ୍ୟାନ ବିଭାଗର ମୁଖ୍ୟ ପ୍ରଶାନ୍ତ କୁମାର ସେଠୀ ଯୋଗଦେଇ ଓଡ଼ିଶା ଦିବସ ପାଳନ ସହିତ ଓଡ଼ିଆ ଅସ୍ମିତା ଓ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଆ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲାବେଳେ ବିଭାଗୀୟ ଅଧ୍ୟାପିକା ସ୍ନେହଲତା ଗୋଛି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟମାନେ ମହାବିଦ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏବେ ଅଲୋଡ଼ା ହେବା ସହ ଇତିହାସ ହେବାକୁ ବସିଲାଣି ଶଗଡ଼ ଗାଡ଼ି

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

Leave a Comment

error: Content is protected !!