ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଢେଙ୍କାନାଳ: ତା.୦୧.୦୪.୨୦୨୫ ରିଖ : ସ୍ଥାନୀୟ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଭାରତ ବିକାଶ ପରିଷଦ,ଅସ୍ଥାୟୀ କାର୍ଯ୍ୟାଳୟରେ ଭାରତ ବିକାଶ ପରିଷଦ,ଓଡ଼ିଶା ପୂର୍ଵପ୍ରାନ୍ତର ଶହୀଦ ବାଜିରାଉତ ଶାଖାର ସଭାପତି ପ୍ରାକ୍ତନ ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ସଭାପତିତ୍ବରେ,ପୂର୍ବପ୍ରାନ୍ତ ଉପାଧ୍ୟକ୍ଷ (ପର୍ଯ୍ୟାବରଣ) ଇଂ.ବାବୁଚାନ୍ଦ ମହାଳିକ,ସମ୍ପାଦକ ରାଜୀବ କୁମାର ମାହୁନ୍ତ,ଶାଖାର ସଂସ୍କାର ସଚିବ ଡ.କବିତା ମହାନ୍ତିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ନବବର୍ଷ ମହାସମାରୋହରେ ପାଳିତ ହୋଇ ଯାଇଛି ।ଏଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଢେଙ୍କାନାଳ ନଗର ସଂଘଚାଳକ ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୁ ଜାଗରଣ ପାଇଁ ଯୁବଗୋଷ୍ଠୀଙ୍କୁ ଜାଗ୍ରତ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଆଲୋକପାତ କରିଥିଲେ ।ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖାର ସଭାନେତ୍ରୀ ଡ.ସୁଚେତା ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ରାଷ୍ଟ୍ରୀୟ ନବବର୍ଷର ତାତ୍ପର୍ଯ୍ୟ ତଥା ଏହାସହ ରାଷ୍ଟ୍ରର ଆଧ୍ୟାତ୍ମିକ,ପୌରାଣିକ ଏବଂ ପ୍ରାକୃତିକ ସମ୍ପର୍କ ବିଷୟରେ ସବିଶେଷ ବର୍ଣ୍ଣନା କରିଥିଲେ ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ,ଭାରତ ବିକାଶ ପରିଷଦ ସଦସ୍ୟତଥା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଦୁଇଟି ଓଡ଼ିଆ ଓ ଦୁଇଟି ଇଂରାଜୀ ସନେଟ ପାଠ କରିଥିଲେ। ସରସ୍ବତୀ ଶିଶୁ ମନ୍ଦିରର ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟା ତଥା ଶାଖାର ଉପାଧ୍ୟାକ୍ଷା ଉଷାରାଣି ଦାସ ହିନ୍ଦୁ ନବବର୍ଷ କବିତା ପାଠ ପୂର୍ବକ ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ସଂଗଠନ ସମ୍ପାଦକ ଅନିଲ ରାଉତ,କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ଲେଙ୍କା,ମୋନାଲିସା ମାହୁନ୍ତ,ସମୀର ପରିଡା , ସୁଶ୍ରୀ ଶୈଳବାଳା ମିଶ୍ର,ସୂର୍ଯ୍ୟକାନ୍ତ ନାୟକ,ମାନସ ମହାପାତ୍ର ପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା। ସମସ୍ତ ସଦସ୍ୟା,ସଦସ୍ୟଙ୍କ ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା। ସଭା ପ୍ରାରମ୍ଭରେ ଭାରତମାତା,ସ୍ବାମୀ ବିବେକାନନ୍ଦ ଓ ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ ,ଧୂପ ଅର୍ପଣ କରାଯାଇ ବନ୍ଦେ ମାତରମ୍ ଗାନ କରାଯାଇ ଥିଲା। ଶାଖାର ସମ୍ପାଦକ ରାଜୀବ କୁମାର ମାହୁନ୍ତଙ୍କ ବଳିଷ୍ଠ ସଂଯୋଜନାରେ ସଭାକାର୍ଯ୍ୟ ସଫଳ ଭାବରେ ପରିଚାଳିତ ହୋଇଥିଲା। ପରିଶେଷରେ ସଂସ୍କାର ସଚିବ ଡ.କବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା।

ଡ଼ା ଦେବୀ ପ୍ରାସାଦ ମିଷ୍ର ଙ୍କ ରିପୋର୍ଟ୍ 

Related posts

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

masiha

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

Sunil Chandra Nayak

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!