ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ମୟୂରଭଂଜ – ୨୧/୦୬ — ୨୧ ଜୁନ ଆଜି ବିଶ୍ବ ଯୋଗ ଦିବସ ।ପୃଥୀବୀର କୋଣେ ଅନୁକୋଣେ ସରକାରୀ,ବେସରକାରୀ, କର୍ପୋରେଟ,ଖଣି ଖାଦାନ,କାରଖାନା,ଶିକ୍ଷାନୁଷ୍ଠାନ,ପ୍ରତିରକ୍ଷା ସବୁଠି ଆଜି ଯୋଗ ଦିବସ ପାଳନ କରାଯାଉଛି ।ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ ଦିବସକୁ ମାନ୍ୟତା ଦେବା ପାଇଁ ମିଳିତ ଜାତିସଂଘର ପ୍ରସ୍ତାବକୁ ମିଳିତ ଜାତିସଂଘ ପାରିତ କରିଥିଲା । ୧୭୭ ଟି ରାଷ୍ଟ୍ର ଏହାକୁ ସମର୍ଥନ କରିଥିଲେ ।୨୦୧୪ ଜୁନ୍ ମାସକୁ ବିଶ୍ବ ଯୋଗ ଦିବସ ଭାବେ ସ୍ଵିକୃତି ଦିଆଯାଇଥିଲା ।ବିଶ୍ବକୁ ଗୋଟିଏ ପରିବାର ଭଳି ପରିକଳ୍ପନା କରି’ ବସୁଧୈବ କୁଟୁମ୍ବକଂ ‘ ହେଉ କି ବିଶ୍ବ ଶାନ୍ତି ପ୍ରତିଷ୍ଠା ପାଇଁ’ ସର୍ଭେ ଭବନ୍ତୁ ସୁଖୀନଃ’ ହେଉ,ଭାରତର ମୁନିଋଷିଗଣ ସର୍ବଦା ବିଶ୍ଵସ୍ତରରେ ନିଜର ଅବଦାନ ଓ ଆଭିମୁଖ୍ୟ ପାଇଁ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।ଭାରତର ଋଷିକେଷକୁ ‘ ବିଶ୍ଵର ଯୋଗ ରାଜଧାନୀ ‘ କୁହାଯାଏ ।ଆସନ,ପ୍ରାଣାୟାମ ଧ୍ୟାନ ଆଦି ଯୋଗର ଅନ୍ତର୍ଭୁକ୍ତ । ଯୋଗରେ ୮୪ ପ୍ରକାରର ଆସନ ଏବଂ ୩୯୯ ପ୍ରକାରର ମୁଦ୍ରା ରହିଛି ।ସମଗ୍ର ବିଶ୍ବକୁ ଯୋଗ ମାଧ୍ୟମରେ ଯୋଡିବାର ଏକମାତ୍ର ପ୍ରୟାସ ।’ଏକ ବିଶ୍ଵ ,ଏକ ସ୍ଵାସ୍ଥ୍ଯ ‘ ହିଁ ଆଜି ଯୋଗ ଦିବସର ଅନୁଚିନ୍ତା ।ଯୋଗ ଶାରିରୀକ ଓ ମାନସିକ ସୁସ୍ଥ ରଖିବା ସହ ଜୀବନକୁ ସଂଯମତା ଓ ଶୃଙ୍ଖଳାର ସହ ଆଗକୁ ବଢ଼ିବାରେ ସହଯୋଗ କରେ ।ଦୃଢ଼ ସଂକଳ୍ପ ଏବଂ ଦୃଢ଼ ମନ ପାଇଁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଯୋଗ ନିହାତି ଆବଶ୍ୟକ ଅଟେ ।ବସ୍ତୁବାଦୀ ଦୁନିଆଁରେ ସମସ୍ତେ ଅର୍ଥ ପିପାସୁ ହୋଇ ନିଜ ଶରୀର ଓ ମନ ଉପରେ ନିୟନ୍ତ୍ରଣ ହରାଇ ଅବସାଦ ମହାମାରୀ ରୋଗରେ ପଡ଼ୁଛନ୍ତି ।ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି ।ଅବସାଦ ପାଇଁ ଔଷଧ ନାହିଁ କେବଳ ବିନା ଔଷଧରେ ଯୋଗ ହିଁ ଏକମାତ୍ର ବିକଳ୍ପ ।

ଆଜି ଏହି ବିଶ୍ବ ଯୋଗ ଦିବସରେ ରାଇରଙ୍ଗପୁର‌ ପୌରପାଳିକା ପରିସରରେ ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ,ରାଇରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରାଣୀ ଶକୁନ୍ତଳା ହାଁସଦା,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,ରାଇରଙ୍ଗପୁର ପ୍ରଜାପିତା ବ୍ରହ୍ମା କୁମାରୀ ଐଶ୍ୱରୀୟ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ଵିକେ ସୁପ୍ରିୟା ଦିଦି ଏବଂ ତାଙ୍କ ସହଯୋଗୀ ବୃନ୍ଦ,ଯନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି,ଆକାଉଣ୍ଟାଣ୍ଟ ତନ୍ମୟ ସାହୁ,ପୌରପାଳିକାର ସମସ୍ତ ବିଭାଗର କର୍ମଚାରୀଓ ଯୋଗ ଦେଇ ଆସନ,ପ୍ରାଣାୟାମ,ଧ୍ୟାନ କରିଥିଲେ ।ଶିଖେ ସୁପ୍ରିୟା ଦେବୀ ରାଜ ଯୋଗ ଓ ଶାରିରୀକ ଯୋଗ ଉପରେ ଆଲୋକପାତ କରିଥିଲେ ।ଆତ୍ମା ସହିତ ପରମାତ୍ମା ର ମିଳନ କେବଳ ଯୋଗ ଓ ଧ୍ୟାନ ଦ୍ଵାରା ହିଁ ସମ୍ଭବ ।ଉପ ଜିଲ୍ଲାପାଳ କହିଥିଲେ ଯୋଗ କରନ୍ତୁ ଶାରିରୀକ ଏବଂ ମାନସିକ ନିରୋଗ ରୁହନ୍ତୁ ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ସଦଭାବନା ବୈଠକ ଅନୁଷ୍ଠିତ

masiha

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!