ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତ୍ତି
୦୭ ଜୁଲାଇ ୨୦୨୫ ତାରିଖ ଠାରୁ ୧୧ ଜୁଲାଇ ୨୦୨୫- କଳା ବ୍ୟାଜ୍ ପରିଧାନ
୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ
ନବରଙ୍ଗପୁର:(୨୨.୦୬.୨୦୨୫)(ରବିନାରାୟଣମହାନ୍ତି) ଆଜି ରେଡକ୍ରସ ଭବନ ଭୂବନେଶ୍ବର ଠାରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାର ନେତୃବୃନ୍ଦ ଏବଂ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ l ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ନିମ୍ନଲିଖିତ ଦାବି ଗୁଡିକ ପ୍ରତି ରାଜ୍ଯ ସରକାରଙ୍କ ବୈମାତୃକ ମନୋଭାବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା | ସମସ୍ତ ସଦସ୍ୟ ସଦସ୍ୟା ମାନେ ଦାବିଗୁଡିକ ପୂରଣ କରିବା ନେଇ ରାଜ୍ଯ ସରକାରଙ୍କ ର ଉପୋରକ୍ତ ମନୋଭାବକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ | ଏଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଉ ପୁନର୍ବାର ପତ୍ରାଳାପ କିମ୍ବା ଆଲୋଚନା କରା ନ ଯାଇ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ଗୃହରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା | ଦାବି ଗୁଡିକ ମଧ୍ୟ ରେ ମୁଖ୍ୟତଃ :
-୧~ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ |
୨~ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତା 15.3.2024 ଅନୁଯାୟୀ ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ |
୩~ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ |
୪~ ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ |
୫~ ଓଡ଼ିଶା ରାଜସ୍ଵ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି ଦିଆଯାଉ |
୬~ ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ |
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି l କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି l ଏହି ପରିପ୍ରେକ୍ଷୀରେ, ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ସଂଘ ଆଗାମୀ ଜୁଲାଇ ୦୭ ତାରିଖ ଠାରୁ ଜୁଲାଇ ୧୧ ତାରିଖ ଯାଏଁ କଳା ବ୍ୟାଜ୍ ପରିଧାନ କରିବ | ଏବଂ ତା ସତ୍ବେ ଯଦି ରାଜ୍ୟ ସରକାର ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତେବେ, ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା ବୋଲି ସଭାପତି ତ୍ରିପତି ବାଲାଜି ସାହୁ ଏବଂ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି | ଏହି ଖବରଦାତା ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ସଂଘ ଅଧ୍ୟକ୍ଷ ଲୋକେଶ୍ୱର ସାହୁ, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ରାଜ୍ୟ ସଂଘ ର କର୍ମକର୍ତ୍ତା ଏବଂ ସମସ୍ତ ଜିଲ୍ଲା ଶାଖାର ସଭାପତି ସମ୍ପାଦକ ସହିତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

