ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ଅଦ୍ୟ ତା ୦୨.୦୪.୨୦୨୫ ରିଖ ଦିନ, କୋରପୁଟ ଜିଲ୍ଲାର ୨୧୬୬ ଗୋଟି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ନାମଲେଖା ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ମସ୍ତିପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ସେବାଶ୍ରମ, ଜାନିଗୁଡା ଠାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଙ୍କ ଦ୍ଵାରା ଉଦଘାଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ, କୋରପୁଟ ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ସ୍ଵୟଂସହାୟିକା ଗୋଷ୍ଠୀ ଓ ଅଧିବାସୀମାନେ ସାମିଲ ହୋଇଥିଲେ । ଶିକ୍ଷକ / ଶିକ୍ଷୟିତ୍ରୀ ବିଦ୍ୟାଳୟର ନୂଆ ପିଲାମାନଙ୍କୁ ପାରମ୍ପାରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ଵାଗତ କରିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ଆସନ ଉପରେ ବସାଇ ସେମାନଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଦେଇ ଦୁବ, ବରକୋଳି ପତ୍ର ପକାଇ ଆଶୀର୍ବାଦ ପ୍ରଦାନ କରିଥିଲେ l ଏହାପରେ ଶିକ୍ଷକମାନେ ପ୍ରତି ପିଲାର ହାତ ଧରି ଖଡି ଛୁଆଇଁଥିଲେ l ଖଡି ଛୁଆଁ ପରେ ପିଲାଙ୍କୁ ବିଦ୍ୟାଳୟ ତରଫରୁ ମାଣ୍ଡିଆ ଲଡୁ ଓ କିଟ ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ପତାକା ଦେଖାଇ କୋରପୁଟ ବ୍ଲକ ନିମନ୍ତେ ଉଦିଷ୍ଟ “ଶିକ୍ଷା ସଚେତନତା ରଥ” ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂତନ ଭାବରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା ଙ୍କ ଶେଷକୃତ୍ୟ 

masiha

Leave a Comment

error: Content is protected !!