ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ଉତ୍କଳ ଦିବସ ପାଳନ

ପ୍ରଗତି ଉତ୍କଳ ସଂଘରେ ଉତ୍କଳ ଦିବସ ପାଳନ

ରାଉରକେଲା, ସହରର ସର୍ବପୁରାତନ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସକାଳ ୭.୩୦ ମି.ରେ ସଭାପତି ପ୍ରତାପ କୁମାର ସ୍ବାଇଁ ନୀଳଚକ୍ର ପତାକା ଉତ୍ତୋଳନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ସେକ୍ଟର -୭ ରେ ସ୍ଥାପିତ ଫକୀର ମୋହନ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇଙ୍କ ନେତୃତ୍ଵରେ ସଦସ୍ୟ ମାନେ ମାଲ୍ୟାର୍ପଣ କରିଥିଲେ। ୮.୩୦ରେ ଜାତୀୟ ଦିବସ ପାଳନ କମିଟି ସହ ମିଶି ମଧୁସୂଦନ ମାର୍ଗରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ନେତୃତ୍ବରେ ସଦସ୍ୟ ମାନେ ମାଲ୍ୟାର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ଘନଶ୍ୟାମ ଧଳ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ଇନ୍ଦ୍ରମଣି ମହାପାତ୍ର, ଅର୍ଜୁନ ଭୂୟାଁ, ପରୀକ୍ଷିତ ଗୁରୁ, ଧରଣୀଧର ସାମଲ ପ୍ରମୁଖ କର୍ମକର୍ତ୍ତା ଏବଂ ବହୁ ସଦସ୍ୟ ମାନେ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରୀ ନାୟକ ଙ୍କ ରିପୋର୍ଟ୍ 

Related posts

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

masiha

ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!