ରାଇରଙ୍ଗପୁର ପୋଲିସର ପ୍ରେସ୍ ମିଟ; ରାଇରଙ୍ଗପୁରରେ ବହୁ ଚର୍ଚ୍ଚିତ ଆରଏମସି ଅଫିସ ଏବଂ ଯୋଗାଣ ବିଭାଗ କାର୍ଯ୍ୟାଳୟର କମ୍ପ୍ୟୁଟର ଏବଂ ଅଫିସ ସାମଗ୍ରୀ ଚୋରୀ ମାମଲାରେ ୨ ଜଣଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ
ମୟୂରଭଞ୍ଜ – ୨/୦୪ // ଚୋରଙ୍କ ଫୋକସରେ ସରକାରୀ କାର୍ଯ୍ୟାଳୟ ଓ ଗୃହ । ରାଇରଙ୍ଗପୁର ସହରର କିଛିଦିନ ହେଲା ସରକାରୀ ଗୃହ ଏବଂ କାର୍ଯ୍ୟାଳୟରେ ଶୂନଶାନ ରାତିରେ ଚୋରୀ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ସରକାରୀ ଘରେ କେହି ନ ଥିବା ଏବଂ ଚାବି ପଡିଥିବାବେଳେ ଏବଂ ସରକାରୀ କାର୍ଯ୍ୟାଳୟରେ ବାରମ୍ବାର ଚୋରୀ ହେଉଛି ଯାହାକୁ ନେଇ ରାଇରଙ୍ଗପୁର ଟାଉନ ପୋଲିସ ର ମୁଣ୍ଡ ବ୍ଯଥାର କାରଣ ପାଲଟିଥିଲା । ଗତ ମାର୍ଚ ମାସ ୧୨ ତାରିଖ ଦିନ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରାଇରଙ୍ଗପୁର,ତହସିଲ,ରାଜସ୍ବ ଡାକବଙ୍ଗଳା , ଉପଖଣ୍ଡ ସୁଚନା ପାଠାଗାର ,କଚେରୀ ନିକଟସ୍ଥ ଆରଏମଏସି କାର୍ଯ୍ୟାଳୟ ରେ ତାଲା ଭାଙ୍ଗି ୨ ଟି ସିପିୟୁ ସହିତ କମ୍ପ୍ୟୁଟର,୨ ଟି ପ୍ରିଣ୍ଟର,ଏକସାଇଡ ଇନଭର୍ଟର ସହ ବେଟେରୀ,ଜିଓ ଇଣ୍ଟରନେଟ କମ୍ପ୍ୟୁଟର ରୁଟର ଏବଂ ଅଫିସ ଗୃହ ମରାମତି କାମ କରୁଥିବା ଠିକାଦାରର ୨ ଟି ରଡ଼୍ କଟର ମେସିନ ଏବଂ ୧ ଟିଏ ଓ୍ବେଲଡିଙ୍ଗ ମେସିନ ଚୋରୀ କରି ନେଇଥିଲେ । ଯାହାକୁ ନେଇ ଥାନାରେ ଆରଏମସି ସେକ୍ରେଟାରୀ ଭୈରବ ଚନ୍ଦ୍ର ବେହେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ କେଶ ମାମଲା ୩୦/୨୫ ରୁଜୁ ହୋଇଥିଲା ।
ସେହିଭଳି ଫେବୃଆରୀ ୪ ତାରିଖ ଦିନ ରାଇରଙ୍ଗପୁର ଯୋଗାଣ ବିଭାଗ କାର୍ଯ୍ୟାଳୟରେ ତାଲା ଭାଙ୍ଗି କମ୍ପ୍ୟୁଟର,ମିନିଟର,କି ଵୋର୍ଡ,ୟୁପିଏସ ଏବଂ ପ୍ରିଣ୍ଟର ଚୋରୀ ହୋଇଥିବା ନେଇ ଯୋଗାଣ ବିଭାଗ ଅଧିକାରୀ ସାରଙ୍ଗ ଧର ବେହେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ରାଇରଙ୍ଗପୁର ଟାଉନ ପୋଲିସ ଘଟଣାକୁ ସହଜରେ ହଜମ କରି ପାରି ନ ଥିଲା ।ମେରି ଵିଲ୍ଲି ମୁଝେ ମିଆଁଉ ।ମୋ ବିଲେଇ ମୋତେ ଡରାଉଛି । ପୋଲିସ ଛାନଭିନ୍ ଆରମ୍ଭ କରି ଦେଇଥିଲା । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ ନିର୍ଦେଶକ୍ରମେ ଟାଉନଥାନା ଅଧିକାରୀ ପ୍ରକାଶଜ୍ଯୋତି ସ୍ବାଇଁ ଏବଂ ଇନଭେଷ୍ଟିଗେସନ ଅଧିକାରୀ ସବ୍ ଇନ୍ସପେକ୍ଟର ଆଲୋକ ସିଂ ତଦନ୍ତକୁ ଜୋରଦାର କରି ସଫଳତା ହାସଲ କରିଥିଲେ ।ଆଜି ଟାଉନଥାନା ଅଭ୍ୟର୍ଥନା କାର୍ଯ୍ୟାଳୟ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଚୋରୀ ଘଟଣାର ପର୍ଦ୍ଧାଫାଶ କରିଥିଲେ । ରାଇରଙ୍ଗପୁର ୩ ନମ୍ବର ଓ୍ଵାର୍ଡ ଲେପ୍ରୋସି କଲୋନୀର ମଙ୍ଗଳ ମୁଖୀ(୨୫) ଏବଂ ଆକାଶ ପାତ୍ର (୩୦) କୁ ଗିରଫ କରିଥିବା ପ୍ରକାଶ ସହ ଏହି ଘଟଣାର ଅନ୍ୟ ୩ ଜଣ କୁନୁ ସାହୁ,ନାରାୟଣ ସାହୁ ଏବଂ ଲକି ଵିନ୍ଧାଣି ସଂପୃକ୍ତ ଅଛନ୍ତି ବୋଲି ସ୍ବିକାର କରିଥିବା ପ୍ରକାଶ କରିଥିଲେ । ସେହି ୩ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଜୋରଦାର ଖୋଜା ଚାଲିଛି । ପରେ ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।ପ୍ରେସ ମିଟ୍ ରେ ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ସହ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ପ୍ରକାଶ ଜ୍ୟୋତି ସ୍ବାଇଁ, ଇନଭେଷ୍ଟିଗେସନ ଅଧିକାରୀ ଏସଆଇ ଆଲୋକ ସିଂ ସେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

