ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ୨୫ ବର୍ଷ ଧରି ହଜାର ହଜାର ଏକର ଜମି ଆନ୍ଧ୍ର ଡାକ୍ତରଙ୍କ ହାତରେ ,  ଏକରକୁ ବାର୍ଷିକ ମିଳୁଛି ମାତ୍ର ୪ହଜାର ରୁ ୬ହଜାର ଟଙ୍କା

ରାୟଗଡା-ଗୁଣପୁର ଉପଖଣ୍ଡ ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା । ପୂର୍ବପୁରୁଷ ଛାଡିଯାଇଥିବା ହଜାର ହଜାର ଏକର ଜମି ଏବେ ପଡୋଶୀ ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତରଙ୍କ ହାତରେ । ପାମୋଲିନ ଚାଷ ନାମରେ ୨୫ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ନିଜ କବଜାରେ ରଖିଛନ୍ତି ପାର୍ବତିପୁରର ଜଣେ ଡାକ୍ତର ଡି ରାମମୋହନ ରାଓ । ପ୍ରତ୍ୟେକ ମାସରେ ଏକର ପିଛା ଏକାଧିକ ଥର ଏହି ଗଛମାନଙ୍କରୁ ପାମୋଲିନ ମଞ୍ଜି ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଜମି ବାବଦକୁ ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ୪ ରୁ ୬ ହଜାର ଟଙ୍କା ବାର୍ଷିକ ଦେଇ ଠକି ଚାଲିଛନ୍ତି ଏହି ଡାକ୍ତର ଜଣକ । ଆଉ ଶାନ୍ତ ଓ ସରଳତାର ସୁଯୋଗ ନେଇ ବର୍ଷକରେ ଥରେ ଆସି ଆଦିବାସୀ ଲୋକଙ୍କୁ ମନ୍ଦିର ବେଢ଼ାରେ ବସାଇ ଲେଖାଇନେଉଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ରାୟଗଡା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଆଦିବାସୀଙ୍କ ଅସରନ୍ତି କାହାଣୀ । ଏବେ ସୀମା ସେପାଖ ଶିକ୍ଷିତ ଦଳେ ଡାକ୍ତର ଆଦିବାସୀ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଆଉ ନେତୃତ୍ୱ ନେଇଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତିପୁରର ଡାକ୍ତର ଡି ରାମମୋହନ ରାଓ । ଏହି ଜିଲ୍ଲାର ମାଟି, ବଂଶଧାରା ନଦୀର ପାଣି ଆଉ ଏଠାକାର ପବନ ବିନିମୟରେ ପାମୋଲିନ ଉତ୍ପାଦନ କରୁଛନ୍ତି । ଜମି ବାବଦକୁ ଚାଷୀଙ୍କ ଜମିକୁ ୧୭ରୁ ୨୫ବର୍ଷ ଧରି ନିଜ କବଜାରେ ରଖି ଏହି ଜିଲ୍ଲାର ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିଆସୁଛନ୍ତି । କୌଣସି ସଠିକ ନଥିପତ୍ର ନାହିଁ କି ନିବନ୍ଧକ କାର୍ଯ୍ୟାଳୟରେ ଚୁକ୍ତିନାମା ଲେଖାପଢ଼ା ବି ନାହିଁ । ଚୁକ୍ତିନାମା ନାମରେ ମନ୍ଦିର ପିଣ୍ଡାରେ ବସାଇ ନେଇଯାଉଛନ୍ତି ଲୋକଙ୍କ ଦସ୍ତଖତ । ଗୁଣପୁର ଉପଖଣ୍ଡର ଜଗନ୍ନାଥପୁର, ମାଛଖୁଣ୍ଟି, ଭାଲେରି, ସୁଭଦ୍ରାପୁର, ଆଦି ୧୦ରୁ ଅଧିକ ଗାଁର ଆଦିବାସୀଙ୍କ ହଜାର ହଜାର ଏକର ଜମିରେ ୧୫/୧୭ ବର୍ଷ ଧରି ଏପରିକି ଆଉ କିଛି ଚାଷୀଙ୍କ ଜମିରେ ୨୩/୨୪ ବର୍ଷ ଧରି ଏହି ଗଛ ଲଗାଇ କରିଆସୁଛନ୍ତି ଲୁଣ୍ଠନ । ଜଗନ୍ନାଥପୁର ଗ୍ରାମର ଆଦିବାସୀ ଚାଷୀ ଶ୍ରୀ ଅଙ୍ଗଦ ଶବରଙ୍କ ଶାଶୁଙ୍କ ଜମି ଗତ ୧୭ବର୍ଷ ଧରି ଡାକ୍ତର ଡି ରାମମୋହନ ରାଓଙ୍କ ପାଖରେ ବନ୍ଧା ପଡିଛି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି । ତାଙ୍କ ୨ ଏକର ଜମିରେ ଏହି ଗଛ ଲଗାଯାଇଛି । ଗଛ ଲଗାଇବା ବେଳେ ଏକରକୁ ବାର୍ଷିକ ୩୦୦୦ଟଙ୍କା ଦେଉଥିବା ବେଳେ ୧୭ବର୍ଷ ପରେ ଜମି ବାବଦକୁ ମାତ୍ର ୬ହଜାର ଟଙ୍କା ଦେଉଥିବା ଅଙ୍ଗଦ କହିଛନ୍ତି । ବାରମ୍ବାର ଜମି ମାଗିବା ପରେ ମଧ୍ୟ ୨୫ବର୍ଷର ଚୁକ୍ତି ହୋଇଥିବା କଥା କହି ସମ୍ପୃକ୍ତ ଡାକ୍ତର ଜମି ଫେରାଉନାହାନ୍ତି । ନିଜର ଜମି ଅନ୍ୟକୁ ଦେଇ ବର୍ତ୍ତମାନ ଅନ୍ୟର ଜମି ଭାଗଚାଷକରି ସେଥିରେ ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀ ଯୁବକ ଅଙ୍ଗଦ ଅଭିଯୋଗ କରିଛନ୍ତି । ସେହିପରି ଗାଁର ଆଦିବାସୀ ଚାଷୀ ନିମାଲ ଶୁକ୍ରୁଙ୍କ ଜମିକୁ ମଧ୍ୟ ପାର୍ବତିପୁରର ଡାକ୍ତର ରାମମୋହନ ରାଓ ଗତ ୧୭ବର୍ଷ ଧରି ନିଜ କବଜାରେ ରଖିଛନ୍ତି । ଆଉ ୨୫ବର୍ଷକୁ କଣ୍ଟ କରି ପ୍ରତିବର୍ଷ ଆସି ମନ୍ଦିର ମଣ୍ଡପରେ ବସି ୬୦୦୦ଟଙ୍କା ହାତରେ ଧରାଇ ଆଗାମୀ ଏକବର୍ଷ ପାଇଁ ନିଜର କରିନେଇଛନ୍ତି ।

ଆଦିବାସୀ ଜମି ସମେତ ସାଧାରଣ ବର୍ଗର ଲୋକଙ୍କ ପ୍ରାୟ ୨୦୦୦ ଏକର ଜମିକୁ ଲିଜର ଦ୍ୱାହି ଦେଇ ଗତ ୧୭ବର୍ଷ ଧରି ନିଜ ଅଧିନରେ ରଖିଛନ୍ତି ଏହି ଡାକ୍ତର ବାବୁ ଜଣକ । ଜଗନ୍ନାଥପୁର ଗାଁର ପ୍ରଦୀପ ଗୌଡଙ୍କ ୭ ଏକର ଜମିକୁ ଗତ ୧୭ ବର୍ଷ ଧରି କବଜାରେ ରଖିଛନ୍ତି । ନିଜ ଜମି ଉଚ୍ଚ ଦରରେ ବିକ୍ରୀ କରିବା ଉଦ୍ଦେଶ୍ୟରେ ଗୋଟିଏ ଏକର ଛାଡିବା ପାଇଁ ଅନୁରୋଧ କରିବା ପରେବି ସେ ମାନିନଥିଲେ । ଯଦି ଗୋଟିଏ ଏକର ଜମି ଦରକାର, ତେବେ ୨୦ଲକ୍ଷ ଟଙ୍କା ଦେଲେ ସେ ଜମି ଛାଡିବେ ବୋଲି ଧମକପୂର୍ଣ୍ଣ ଭାବେ କହିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ସେହିପରି ମାଛଖୁଣ୍ଟି ଗାଁ ମୁଣ୍ଡଠାରୁ ବଂଶଧାରା ନଦୀପଠା ପର୍ଯ୍ୟନ୍ତ ୨୦୦ଏକର ଜମିରେ ମଧ୍ୟ ପାମୋଲିନ ଗଛ ଲଗାଯାଇଛି । ଗୋଟିଏ ଏକର ଜମିରେ ଲାଗିଥିବା ଗଛରୁ ବାର୍ଷିକ ପ୍ରାୟ ୪ଥର ପାମୋଲିନ ଫଳ ତୋଳାଯାଏ । ଗୋଟିଏ ଗଛରୁ ଥରଟିଏ କାଟି ବିକ୍ରୀ କରିବା ପରେ ୨୦ହଜାର ଟଙ୍କା ମିଳୁଥିବା ମାଛଖୁଣ୍ଟି ଗାଁର ଶ୍ରୀ ମହେଶ ହୁଇକା କହିଛନ୍ତି । ବର୍ଷ ତମାମ ବିକ୍ରୀପରେ ଏକ ଏକର ଜମିରୁ ପ୍ରାୟ ୧୫ରୁ ୨୭ଲକ୍ଷ ଟଙ୍କା ମିଳୁଥିବା ସେ କହିଛନ୍ତି । ତେବେ ମାଛଖୁଣ୍ଟି ଗାଁରେ ଗତ ୨୫ବର୍ଷ ଧରି ପାମୋଲିନ ଗଛ ଲାଗିଥିବା ବେଳେ ଆଗକୁ ସେହି ଡାକ୍ତର ପୁଣି ନିଜ ପାଇଁ ଲୋକଙ୍କ ସହ ଚୁକ୍ତି କରାଇନେବେ ବୋଲି ସେ କହିଛନ୍ତି । ଶୁଣିବାକୁ ମିଳିଛି ଯେ କିଛି ସରକାରୀ ଜମି ମଧ୍ୟ କବଜାକୁ ନେଇ ବର୍ଷ ବର୍ଷ ଧରି ପାମୋଲିନ ଚାଷ କରିଆସୁଛନ୍ତି ଡାକ୍ତର ରାଓ ।

ଓଡିଶା ସିଡ୍ୟୁଲଡ ଏରିଆସ ଟ୍ରାନ୍ସଫର ଅଫ ଇମୁଭେବଲ ପ୍ରପର୍ଟି(ଓ ଏସ ଏ ଟି ଆଇ ପି) ନିୟମ ବଳରେ କୌଣସି ଅଣଆଦିବାସୀ ଆଦିବାସୀ ଜମି କିଣିବା କିମ୍ବା ବନ୍ଧକ ରଖିବାରେ ସରକାରୀ ପ୍ରତିବନ୍ଧକ ରହିଛି । କେବଳ ଚାଷ ରୂଣ ପାଇଁ ଜଣେ ଆଦିବାସୀ ତାର ଚାଷ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ପାରିବ । ଅନ୍ୟ କୌଣସି କାରଣ ପାଇଁ କିମ୍ବା ଜଣେ ଅଣ ଆଦିବାସୀ ଲିଜ ସୂତ୍ରରେ ଆଦିବାସୀ ଜମି ବନ୍ଧକ ରଖିବା ନିୟମ ବିରୁଦ୍ଧ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଲାବଣ୍ୟ ମୋହନ ପଟ୍ଟନାୟକ । ମାତ୍ର ସବୁକିଛି ଆଇନକୁ ଫୁ କରି ଓ ପ୍ରଭୁତ ଭାବେ ବେଆଇନ କାର୍ଯ୍ୟ କରି ଡାକ୍ତର ରାଓ ଆଦିବାସୀଙ୍କ ହଜାର ହଜାର ଏକର ଜମିକୁ ନିଜ ଅଧିନରେ ରଖିଛନ୍ତି ଓ ବେନାମୀ ହଡପ କରିବା ଚକ୍କରରେ ଅଛନ୍ତି । ଏକ ବା ଦୁଇବର୍ଷ ନୁହେଁ ୧୭ରୁ ୨୫ବର୍ଷ ଧରି ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖି ପାମୋଲିନ ଚାଷକରି କୋଟି କୋଟି ଟଙ୍କା ମୁନାଫା ଉଠାଉଛନ୍ତି । ମାତ୍ର ଏ ଜିଲ୍ଲାର ଗରିବ ଯେଉଁ ତିମିରେକୁ ସେ ତିମିରେ । ଲିଜ ଏଗ୍ରୀମେଣ୍ଟ ଚାଷୀଙ୍କ ପାଖରେ ନାହିଁ କି କୌଣସି ନିବନ୍ଧକ କାର୍ଯ୍ୟାଳୟରେ ତାହା କରାଯାଉନାହିଁ । ଡାକ୍ତର ରାଓଙ୍କ ଏଭଳି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ଏ ଘଟଣା ମୋ ନଜରକୁ ଆସିନାହିଁ । ତେବେ ଏହାକୁ ଉପ-ଜିଲ୍ଲାପାଳଙ୍କ ନଜରକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସମନ୍ନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ । ଏ ବିଷୟରେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନାରାୟଣପାଟଣା ଭଳି ଜମି ଆନ୍ଦୋଳନ ଏଠାରେ ପୁନରାବୃତ୍ତି ନହେବା ଦରକାର । ଏଭଳି ବେଆଇନ ଚୁକ୍ତିନାମା ଆଇନସଙ୍ଗତ ନୁହେଁ । ଏହା ଅତି ଚିନ୍ତାର ବିଷୟ । ଜିଲ୍ଲାପାଳଙ୍କୁ ଅବଗତ କରାଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେବି ଓ ଆବଶ୍ୟକ ସ୍ଥଳେ ବିଧାନସଭାରେ ପ୍ରଶ୍ନ କରି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି ଶ୍ରୀ ମୁଦୁଲି ।

ଡାକ୍ତର ରାଓ ପଡୋଶୀ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ରେ ମଧ୍ୟ ଠିକ ଏହିଭଳି ପ୍ରକ୍ରିୟା ଚଳାଇଥିବା ବେଳେ ସେଠାକାର ସ୍ଥାନୀୟ ତହସିଲଦାର ଏହାର ବିରୁଦ୍ଧରେ ଉକ୍ତ ସରକାରୀ ଜମିରେ ନାଲି ପତାକା ଲଗାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ସ୍ପଷ୍ଟ ଦିବାଲୋକରେ ଆଦିବାସୀଙ୍କ ଉପରେ ଏଠାରେ ଏଭଳି ଶୋଷଣ କିପରି ହେଉଛି ଓ ରାୟଗଡା ଜିଲ୍ଲା ପ୍ରଶାସନ ପାଖରେ ତାର ଖବର ଅଛି କି ନାହିଁ ତାହା ବିଡମ୍ବନାର ବିଷୟ ପାଲଟିଯାଇଛି ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

 

 

 

 

 

Related posts

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

Sunil Chandra Nayak

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort