ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ   

  ନବରଙ୍ଗପୁର ୨୮/୪ ( ମସିହା ) : ନବରଙ୍ଗପୁର ବ୍ଲକ ଅଧିନସ୍ଥ ପୁଜାରିଗୁଡା ଗ୍ରାମ ପଞ୍ଚାୟତ ମହକୁମା ଠାରେ ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ନବରଙ୍ଗପୁର ଶାଖା ଉତ୍କଳ ସମ୍ମିଳନୀ, ଓଡ଼ିଶା ତରଫରୁ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଦେବାନନ୍ଦ ରନ୍ଧାରୀ ଯୋଗ ଦେଇଥିବା ବେଳେ, ବରିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ଡ଼. ବିଜୟ କୁମାର ମିଶ୍ର ମୁଖ୍ୟ ବକ୍ତା, ଓଡିଶା ରାଜସ୍ଵ ଅମଲା ସଂଘ ର ରାଜ୍ଯ ସଭାପତି, ତ୍ରିପତି ବାଲାଜୀ ସାହୁ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିଲେ । ଉତ୍କଳ ପରିଷଦ ନବରଙ୍ଗପୁର ଶାଖା ସହ ସମ୍ପାଦିକା, ଅଧ୍ୟାପିକା ଡ଼. ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ମିନତି ପଟ୍ଟନାୟକ, ପି . ରବିକାନ୍ତ ରଘୁରାମ ପ୍ରମୁଖ ସହଯୋଗ କରିଥିଲେ । ବିଶିଷ୍ଟ ଆକାଶବାଣୀ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ସାରସ୍ଵତ ଜୀବନ ବିଷୟରେ କହିବା ବେଳେ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀ ରାମ ପ୍ରସାଦ ପାତ୍ର ମଧୁ ବାବୁଙ୍କ ବାରିଷ୍ଟର ଜୀବନ ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ କବି ସଙ୍ଗଠକ ଶ୍ରୀ ପ୍ରଭଞ୍ଜନ ତ୍ରିପାଠୀ ଆଦିବାସୀ ଭାଷାରେ କବିତା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମଧୁବାବୁଙ୍କ ବିଷୟରେ ତଥ୍ୟ ରଖିଥିଲେ । ବରିଷ୍ଠ କବୟତ୍ରୀ ତଥା ସଭାନେତ୍ରୀ କନ୍ୟା ଅନୁଷ୍ଠାନ, ସ୍ଵର୍ଣଲତା ପଟ୍ଟନାୟକ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦେବା ସହ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ପ୍ରାକ୍ତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମନୋରମା ମାଝୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଜନ ସମୂହଙ୍କୁ ମଧୁବାବୁଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଶାଖା ଉତ୍କଳ ସମ୍ମିଳନୀ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ ସଭାପତିତ୍ବ କରିଥିଲେ । ଗ୍ରାମବାସୀ ମାନଙ୍କ ମଧ୍ୟରେ ଲିଙ୍ଗରାଜ ରନ୍ଧାରୀ, ଭଗବାନ ପୂଜାରୀ , ଲମ୍ବଧର ହରିଜନ, ଦୁର୍ଯ୍ୟ ପ୍ରଧାନୀ, ଫକୀର ମୋହନ ନାୟକ, ତ୍ରିପତି ରନ୍ଧାରୀ, ଭାନୁମତି ରନ୍ଧାରୀ, ଜୟନ୍ତୀ ପୂଜାରୀ,ବାଲିସଭା ନାୟକ, ଜେମା ନାୟକ କୁମାରୀ ଭତ୍ରା, ଶୁକ୍ରୁ ଭତ୍ରା ,ମହାନ ଭତ୍ରା, ବୈଦ୍ୟନାଥ ଭତ୍ରା, ଖଗପତଇ ପୂଜାରୀ, ନରେଶ ଭତ୍ରା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଜାରିଗୁଡା ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

ବାଳକୃଷ୍ଣପୁର ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

Sunil Chandra Nayak

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

masiha

Leave a Comment

error: Content is protected !!