ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

ପୁରୁଣା ପେନସନ୍ ଯୋଜନା ଅଭିଯାନକୁ ବ୍ଲକ୍ ସ୍ତରରେ ତରାନ୍ୱିତ କରିବାକୁ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ସଭା ସିନାପାଲି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଛି l ନୂତନ ପେନସନ୍ ଯୋଜନା ବଦଳରେ ପୁରୁଣା ପେନସନ୍ ଯୋଜନାକୁ କାର୍ଯ୍ଯକାରୀ କରିବା ପାଇଁ ସରକାରଙ୍କୁ ଚାପ ସୃଷ୍ଟି କରିବାକୁ ନୂତନ ପେନସନ୍ ଭୁକ୍ତ ସମସ୍ତ କର୍ମଚାରୀଙ୍କୁ ସଂଗଠିତ କରିବା ପାଇଁ ଆଗାମୀ ନିକଟରେ ବ୍ଲକ ସ୍ତରୀୟ ସମାବେଶ କରିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି l ଏଥିରେ ଶିକ୍ଷା, ସ୍ୱାସ୍ଥ୍ଯ, କୃଷି, ପଂଚାୟତିରାଜ୍ ଆଦି ବିଭାଗର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ସଭାରେ ଖଡ଼ିଆଳ ଜୋନାଲ ସଦସ୍ଯ ବୈଷ୍ଣବ ମେହେରଙ୍କ ସହ ଖଗେଶ୍ୱର ନିଆଲ, ପ୍ରକାଶ ମେହେର, ସୂର୍ଯ୍ଯକାନ୍ତ ଭୋଇ, ଖିତିଶ୍ କୁମାର ପାତ୍ର, ଲଳିତ ସୁନାରୀ, ବଂଶୀଧର ଜଗତ, ଲୋଚନ ମେହେର, ରାଜେଂଦ୍ର ଖମାରୀ, ମନୋରଂଜନ ମେହେର, ସୁନୀଳ କୁମାର ଠାକୁର, ସୁଶୀଳ କୁମାର ଯୋଷୀ, ଗୌତମ ମେହେର, କମଳଜିତ ବୈକାର, ମଣ୍ଟୁ ମେହେର, ପ୍ରେମାନନ୍ଦ ମେହେର, କ୍ଷଣସୁନ୍ଦର ମେହେର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

Sunil Chandra Nayak

Leave a Comment

error: Content is protected !!