ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

ଡାବୁଗାଁ, ୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମିସନଶକ୍ତି ମହାସଂଘ ତରଫରୁ ଏକ ଦାବୀପତ୍ର ଡାବୁଗାଁ ବିଡିଓ ଶରତ ମାଝି ଙ୍କ ଗୁରୁବାର ପ୍ରଦାନ କରାଯାଇଛି | ଡାବୁଗାଁ ବ୍ଲକ ମିଶନଶକ୍ତି ରେ କାର୍ଯ୍ୟରତ ଇସି ମେମ୍ବର ମାନେ ତା ୨୭.୦୩. ୨୦୨୫ ରିଖ ସରକାର ଙ୍କ ଦ୍ୱାରା ପ୍ରେରିତ ଚିଠିର ର ନିର୍ଦ୍ଦେଶ ନାମା ଅନୁଯାୟୀ ଇସି ମାନଙ୍କର ପୁନର୍ଗଠନ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଉ, କାରଣ ଇ.ସି ମାନେ ସ୍କୁଟି ଯୋଜନାରେ ରୁଣ ଗ୍ରସ୍ତ ହୋଇ ଗ୍ରୁପରେ ଥିବା ବେଳେ ସେମାନଙ୍କ ପ୍ରତି ସରକାର ସହାନୁଭୂତି ଜଣାଇ ନୂତନ ନିର୍ଦ୍ଦେଶନାମାରେ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକରିବା ନିମନ୍ତେ ସୁଯୋଗ ଦେବା ପାଇଁ ଇସି ସଂଘ ତରଫରୁ ତା. ୩୧.୦୩.୨୦୨୫ରିଖରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରାଯାଇଛି । ଆଜି ଏହି ବିଷୟରେ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କୁ ଡାବୁଗାଁ ବ୍ଲକ ମିଶନଶକ୍ତି ମହାସଂଘର ଇସି ମାନେ ଲିଖିତ ଭାବେ ଏକ ଦାବୀ ପତ୍ର ପ୍ରଦାନ କରିଛିନ୍ତି । ନିୟମ ପ୍ରକାରେ ଜଣେ ଇସି ମେମ୍ବର ୩ ବର୍ଷ କାର୍ଯ୍ୟ କରି ପାରିବେ କିନ୍ତୁ ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଅଧିକାଂଶ ଇସି ମେମ୍ବରଙ୍କ କାର୍ଯ୍ୟକାଲ ୩ ବର୍ଷ ସରି ନାହିଁ | ଏହାକୁ ଦୃଷ୍ଟିରେ ରଖି ପୁନର୍ଗଠନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କଲେ ସମସ୍ତେ ଉପକୃତ ହେବେ | ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ମିସନ ଶକ୍ତି ମହାସଂଘ ସଭାନେତ୍ରୀ ସାବିତ୍ରୀ କଲାର, ସମ୍ପାଦିକା ନିଳେନ୍ଦ୍ରୀ ବିଶୋଇ, ଭାରତୀ ମାଝି, ପ୍ରିୟଦର୍ଶନୀ ପାତ୍ର, ଶକୁନ୍ତଳା ନାୟକ,ମମତା ହରିଜନ, ପଦ୍ମିନୀ ହରିଜନ ଓ ଅନ୍ୟ ଇସି ମେମ୍ବର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରେଳ ବିଭାଗର ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କୋଲନରା ବ୍ଲକ କଟିକଣ।ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ ଓ ଜଣେ ଆହତ 

masiha

Leave a Comment

error: Content is protected !!