ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିହେଉନି ଅସହ୍ୟ ତାତି, ପାରା ଡେଇଁଲା ୪୨ ଡିଗ୍ରୀ

ଲାଞ୍ଜିଗଡ଼,୨୬/୦୪(ମ.ନି.ସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଆଜି ତାପମାତ୍ରା ରେକର୍ଡ ୪୨ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି । ପ୍ରବଳ ଗୁଳୁଗୁଳି ଯୋଗୁଁ ଲୋକେ ସନ୍ତୁଳି ହେଉଛନ୍ତି । ପୂର୍ବାହ୍ନ ୧୦ଟାରୁ ତାତି ବଢିଯାଉଥିବାବେଳେ ରାସ୍ତାଘାଟ, ବଜାର ଆଦି ସଂପୂର୍ଣ୍ଣ ଜନଶୂନ୍ୟ ହୋଇପଡୁଛି । ଖରାତାତି ବଢିବା ଯୋଗୁଁ ସରକାର ଆଜିଠାରୁ ୩୦ ତାରିଖ ଯାଏଁ ସ୍କୁଲ ସବୁ ଛୁଟି ଘୋଷଣା କରିଥିବା ବେଳେ ବିଦ୍ୟୁତକାଟ ଯୋଗୁଁ ଘରେ ଥିବା ବୃଦ୍ଧବୃଦ୍ଧା, ଶିଶୁମାନେ ମଧ୍ୟ କଷ୍ଟ ସହୁଛନ୍ତି । ଅପରପକ୍ଷରେ ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକରେ ବନ୍ଧ, ପୋଖରୀ ଓ କଟାଗୁଡିକ ଶୁଖିଯିବା ଫଳରେ ଲୋକେ ଗାଧୁଆପାଧୁଆ ପାଇଁ ହଇରାଣ ହେଉଥିବାବେଳେ ଗାଈଗୋରୁ ମଧ୍ୟ ପାଣି ଟୋପାଏ ପାଇପାରୁନାହାନ୍ତି । ବ୍ଲକର ବିଭିନ୍ନ ଗାଁରେ ଭୂତଳ ଜଳସ୍ତର ହ୍ରାସ, ନଳକୂପ ଅଚଳ, ସୋଲାର ପାନୀୟ ଜଳପ୍ରକଳ୍ପ ଅଚଳ ଓ ବସୁଧା ପ୍ରକଳ୍ପଗୁଡିକ ଫେଲ ମାରିଥିବାରୁ ଗ୍ରାମାଞ୍ଚଳ ଲୋକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ବ୍ଲକର ବିଶ୍ୱନାଥପୁର, ଲାଞ୍ଜିଗଡ, ଲାଞ୍ଜିଗଡରୋଡ ସମେତ ବ୍ଲକର ଅନ୍ୟାନ୍ୟ ଅଞ୍ଚଳରେ ପାରଦ ୪୨ ଡିଗ୍ରୀ ଉପରେ ରହୁଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବ୍ୟବସ୍ଥା ସହିତ ଅଂଶୁଘାତ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ଏପରିକି ପଥଚାରୀମାନଙ୍କ ପାଇଁ ବ୍ଲକର ୨୬ଟି ଗ୍ରାମପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତ ଅଞ୍ଚଳରେ ଜଳଛତ୍ର ଖୋଲାଯାଇଥିବାବେଳେ ଅନ୍ୟ ପଞ୍ଚାୟତଗୁଡିକରେ ମଧ୍ୟ ଜଳଛତ୍ର ଖୋଲାଯିବାକୁ ଦାବି ହେଉଛି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

ଆନ୍ଦ୍ରପ୍ରଦେଶ ରେ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ୪୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଙ୍କୁ ଦାବି କଲା ଶ୍ରମିକ ମହାସଙ୍ଘ

Leave a Comment

error: Content is protected !!