ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସ୍ବାସ୍ଥ୍ୟ ନିରୀକ୍ଷଣ ଓ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର- ୨୦୨୫ ଅନୁଷ୍ଠିତ 

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସ୍ବାସ୍ଥ୍ୟ ନିରୀକ୍ଷଣ ଓ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର- ୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୦୩.୦୪.୨୦୨୫ ରିଖ:  ସ୍ଥାନୀୟ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ପ୍ରାତଃ ୮ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ପିଏମ୍ ଶ୍ରୀ ସ୍କିମ୍ ଅନୁଯାୟୀ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀଛାତ୍ର ମାନଙ୍କର ଏକ ସ୍ବାସ୍ଥ୍ୟ ନିରୀକ୍ଷଣ ଓ ସମ୍ମିଳିତ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର- ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ଵାଳଙ୍କ ନେତୃତ୍ୱରେ ଡ଼ା.ରଞ୍ଜନ କୁମାର ସାମଲ, ଡ଼ା.ଆପୋଲୋ ଦାସ,ଡ଼ା.ନିତ୍ୟ କୃଷ୍ଣ ବେହେରା,ଡ଼ା.ଆଶିଷ ଅଂଶୁମାନ ପ୍ରମୁଖ ୦୪ ଜଣ ଅଭିଜ୍ଞ ଚିକିତ୍ସକ ଓ ରେଡକ୍ରସ୍ ସଭ୍ୟା କବିତା ବେହେରାଙ୍କ ନେତୃତ୍ୱରେ ମୋଟ୍ ୦୬ ଜଣ ଅଭିଜ୍ଞ ରେଡକ୍ରସ୍ ପ୍ରଶିକ୍ଷକଙ୍କ ମିଳିତ ମାର୍ଗଦର୍ଶନରେ, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା,ସଦସ୍ୟଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ପ୍ରଥମ ରୁ ଦଶମ ସମସ୍ତ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀଛାତ୍ର ମାନଙ୍କର ପୁଙ୍ଖାନୁପୁଙ୍ଖ ଭାବରେ ସ୍ବାସ୍ଥ୍ୟ ନିରୀକ୍ଷଣ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମ୍ମିଳିତ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସବିଶେଷ ତାଲିମ୍ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ସ୍ବାସ୍ଥ୍ୟ ନିରୀକ୍ଷଣ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ଵାଳ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଛାତ୍ରମାନଙ୍କୁ ପି ଏମ୍ ଶ୍ରୀ ସ୍କିମ ଅନୁଯାୟୀ ବିଭିନ୍ନ ସୁସ୍ୱାଦୁ ଫଳ ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ, ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା, ସ୍ମିତିସୁଧା ଜେନା,ସୁଚିତ୍ରା ସାହୁ,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ, କ୍ଷୀରାବଧିତନୟା ମହାପାତ୍ର,ସ୍ମିତା ପଟ୍ଟନାୟକ,ଅନିତା ସାହୁ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ସୁଦର୍ଶନ ସାହୁ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲ୍।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲେ ବ୍ଲକ ସାମ୍ବାଦିକ ସଂଘ 

Sunil Chandra Nayak

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

ସାଢେ ୩ଫୁଟିଆ ଚନ୍ଦ୍ର ନାଗ ଉଦ୍ଧାର

masiha

Leave a Comment

error: Content is protected !!