ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ

ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ

  .ତା. ୦୪.୦୪.୨୦୨୫ ରିଖରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଉପ-ଜିଲ୍ଲାପାଳ ଙ୍କ ଦ୍ଵାରା ସଚେତନତା ରଥ ଓ ଏକ ପଦ ଯାତ୍ରା ର ଉଦ୍ଦଘାଟନ କରାଯାଇଥିଲା ଏବଂ ଜିଲ୍ଲାଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ ନିମନ୍ତେ ସଚେତନତା ପଦଯାତ୍ରା ଜିଲ୍ଲାପାଳ କାର୍ଯ୍ୟ।ଳୟ, ଢେଙ୍କାନାଳ ରୁ ବାହାରି ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର ଓ ଜବାହର ଚୌକ ବଜାର ମଧ୍ୟରେ ସଚେତନତା ସୃଷ୍ଟି କରଯାଇଥିଲା । ଏହି ପଦ ଯାତ୍ରା ସମୟରେ ଡାକ ବାଦ୍ୟ ଯନ୍ତ୍ର ମାଧ୍ୟମରେ ଶିଳ୍ପ ଅନୁଷ୍ଠାନ ଓ ବାଣିଜ୍ୟ କାର୍ଯ୍ୟ।ଳୟ ରେ ଓଡିଆ ନାମ ଫଳକ ଲଗେଇବା ପାଇଁ ସଚେତନତା ସୃଷ୍ଟି କରଯାଇଥିଲା । ଉକ୍ତ ପଦ ଯାତ୍ରା ରେ ସୁକାନ୍ତ ଚନ୍ଦ୍ର ବେଉରା, ନିର୍ବାହୀ ଅଧିକାରୀ, ଢେଙ୍କାନାଳ ପୌରପାଳିକା, ଶ୍ରୀମତୀ ମୋନାଲିସ ନାୟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀ ତପନ କୁମାର ସୁତାର, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) , ଢେଙ୍କାନାଳ, ଶ୍ରୀମତୀ ରଶ୍ମିତା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବତ୍ତନ) , ଢେଙ୍କାନାଳ, ଶ୍ରୀଯୁକ୍ତ ସଂଗ୍ରାମ ଦଲାଇ ଓ ଶ୍ରୀମତୀ ବୈଜୟନ୍ତୀ ମାଳା ମଲ୍ଲିକ, ସହାୟକ ଶ୍ରମ ଅଧିକାରୀ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ତତସହିତ Chamber of Commerce, ସଭାପତି, ନିର୍ମାଣ ଶ୍ରମିକ ସଂଘ ର କାର୍ଯ୍ୟକର୍ତ୍ତା ଏବଂ ନିର୍ମାଣ ଶ୍ରମିକ ମାନେ ଯୋଗଦାନ କରିଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

 

Related posts

୧ – ସ୍ଥାଇ ସ୍ଥାନରେ ସପ୍ତାହିକ ବଜାର ନ ବସି ରାସ୍ତା ପାର୍ଶ୍ଵରେ ଦୋକାନ ବଜାର  ,୨- କାବେରି ବାଡ଼ି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାନୀ 

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

ଓଡ଼ିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!