ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

  ମୟୂରଭଞ୍ଜ -;ତା/୦୪/୦୪ // ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ତେଣ୍ଡରା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ୍ଏମ୍ସି ଅଧ୍ୟକ୍ଷ କାଳିତରଣ ସିଂକୁଙ୍କ ସଂଯୋଜନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉତ୍ସବରେ ମୁଖ୍ୟ ଅତିଥି ଦେଉକୁଣ୍ଡି ସିଆରସିସି ନିରଞ୍ଜନ ଗୋପ,ସମ୍ମାନୀୟ ଅତିଥି ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ହାଁସଦାଃ,ନାୟାରାମ ଟୁଡୁ,ହରିହର ପାତ୍ର,ନିମନ୍ତ୍ରୀତ ଅତିଥି ଓଡ଼ିଶା ରାଜ୍ୟ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ରବାନ୍ ହେବା ସହିତ ଭଲ ପାଠ ପଢି ନିଜ ଗାଁ ଓ ଦେଶର ସୁନାମ ଅର୍ଜନ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ସଫଳତା ଉଦ୍ଦେଶ୍ୟରେ ବକ୍ତବ୍ୟମାନ ରଖିଥିଲେ ।ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନ୍ଦ୍ର ମହାନ୍ତ,ଆକାଶ କୁମାର ଦାସ,ବୁଢ଼ାନମାଝୀ, ମନୋଜ କୁମାର ବାରିକ,ସମସ୍ତ ଏସ୍ଏମ୍ସି ସଦସ୍ୟ,ଗାଁ ମୁଖିଆ,ଆଶା ଦିଦି ପ୍ରମୁଖ ସହଯୋଗ କରିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିବା ସହ ଶ୍ରଦ୍ଧେୟ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାର୍ଜନ ଦ୍ବାରା ସମାଜ ଆଲୋକିତ ହୋଇଥାଏ ଏବଂ ବିଦ୍ୟାର୍ଥୀର ନମ୍ରତା ହେଉଛି ସର୍ବୋତ୍ତମ ଗୁଣ। ଯେଉଁ ବିଦ୍ୟାର୍ଥୀର ନମ୍ରତାର ଅଭାବ ଥାଏ, ତାଙ୍କୁ ସଫଳତା ପାଇବା ପାଇଁ ସଂଘର୍ଷ କରିବାକୁ ପଡିବ। ନମ୍ରତା ହିଁ ଜଣେ ଛାତ୍ର ସମାଜର ସମସ୍ତଙ୍କ ପାଖରେ ପ୍ରିୟ କରିଥାଏ ବୋଲି ଉପସ୍ଥାପନ କରିଥିଲେ |ବିଭିନ୍ନ ଖେଳକୁଦରେ ଓ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ସହ ପୁରଷ୍କାର ବଣ୍ଟନ କରିଥିଲେ |ପ୍ରଧାନ ଶିକ୍ଷକ ଉପସ୍ଥିତ ଅତିଥି ଓ ଅଭିଭାବକ/ଅଭିଭାବିକା ଓ ବିଦ୍ୟାର୍ଥୀମାନଙ୍କୁ ଅପ୍ରମିତ ସାଧୁବାଦ ଜ୍ଞାପନ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଷ୍ତୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାଇରଙ୍ଗପୁର ପୂର୍ଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ଵଶାନ୍ତି ମହାଯଜ୍ଞ 

Sunil Chandra Nayak

ଭବାନୀପାଟଣା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!