ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

ବିପଦ ନିମନ୍ତ୍ରଣ କରୁଥିବା ଶୁଖିଲା ଗଛକୁ କାଟିଲେ ଯୁବ ସାମ୍ବାଦିକ ହିମାଂଶୁ ଭୋଇ 

ଗୋଲାମୁଣ୍ଡା ,୪/୪/୨୦୨୫ : ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ବଡ ଚେରଗାଁ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ମଧ୍ୟରେ ଉପସ୍ଥିତ ଥିବା ନୂଆ ଗାଁ ଏବଂ ବାଗଦୋରି ମଝିରେ ଏକ ବିରାଟ ଶୁଖିଲା ଗଛ ରହିଥିଲା ଯାହାକି ମୃତୁ ମୁଖ କୁ ଡାକୁଥିଲା ।କେତେ ବେଳେ ପଡ଼ି ଯାଇଥାନ୍ତା କାହାର ମୃତୁ ହେଇଥାନ୍ତା ଜଣା ନ ଥିଲା ଏହାକୁ ଦୃଷ୍ଟି ରେ ରଖି ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ହୋଇଥିଲା ହେଲେ ତାହାର ଫଳ ଶୂନ୍ୟ ହୋଇଥିଲା । ପ୍ରଶାସନ ସୋଇଛି କୁମ୍ଭ କର୍ଣ୍ଣ ନିଦ୍ରାରେ । କିଏ ମାଲେ କେତେ କିଏ ହଜିଲେ କେତେ ଏଭଳି କଥା ଜାଣି ଶୁଣି ସବୁ ଚୁପ୍ ପ୍ରଶାସନ ଏଥିରେ ପ୍ରଶ୍ନ ଉଠିଛି । ସ୍ଥାନୀୟ ପ୍ରଶାସନ ଏତେ ଅବହେଳା କାହିଁକି । ପରିସେଶ ରେ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ହିମାଂଶୁ ଭୋଇ ପ୍ରଶାସନ ର ନିରବତା ଦେଖି ନିଜେ ଜାଇ ଶୁଖିଲା ଗଛ କାଟିବା ଲୋକ ଲଗାଇ ନିଜେ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଯୁବ ସାମ୍ବାଦିକ ର ଏହି ମହାନତା କୁ ଦେଖି ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରୁଛନ୍ତି। 

Related posts

ଇତିହାସ ରଚିଲା ସଂଯୋଗୀ ସାହିତ୍ୟ ସଂସଦ, ବାର୍ଷିକ ଉତ୍ସବରେ କବିମାନେ ପଢିଲେ ଏକପଦୀ କବିତା

masiha

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!