ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆାରେ ନାମ ଫଳକ ଲେଖିବାକୁ ସଚେତନ ପଦଯାତ୍ରା

ଓଡିଆାରେ ନାମ ଫଳକ ଲେଖିବାକୁ ସଚେତନ ପଦଯାତ୍ରା 

ରାଉରକେଲା : ୦୪/୦୪/୨୦୨୫  ଓଡ଼ିଆ ପକ୍ଷ ପାଳନ ଅବସର ରେ ଚତୁର୍ଥ ଦିନ ରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, ସୁନ୍ଦରଗଡ଼ ଦ୍ଵାରା ରାଉରକେଲାରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ର ନାମ ଫଳକ ଓଡ଼ିଆ ଭାଷା ରେ ସ୍ପଷ୍ଟ ଭାବ ରେ ଲେଖିବା ନିମନ୍ତେ ସଚେତନତା  ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରା କୁ ମାନ୍ୟବର ବିଧାୟକ, ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ପତାକା  ଦେଖାଇ ଶୁଭାରମ୍ଭ କରିଥିଲେ l ପଦଯାତ୍ରା ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରୁ ଆରମ୍ଭ ହୋଇ ଆମ୍ବେଦକର ଛକକୁ ପହଂଚି ଥିଲା l ବିଭାଗ ଦ୍ବାରା ଦୋକାନୀ ମାନଙ୍କୁ ଓଡିଆରେ ନାମ ଫଳକ ଗୁଡିକ ଲେଖିବାକୁ ସଚେତନ କରାଯାଇଥିଲା l 

ଏହି ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ ରଞ୍ଜନ ଜେନା, ଜିଲ୍ଲା ଶ୍ରମ ଅଧିକାରୀ  ରାଉରକେଲା ଗୋପାଳ କୃଷ୍ଣ ମଙ୍ଗରାଜ ଉପସ୍ଥିତ ଥିଲେ l ଏହି ଶୋଭାଯାତ୍ରା ରେ ରାଉରକେଲା ମହାନଗର ନିଗମ,ଶ୍ରମ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର କର୍ମଚାରୀ ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ,ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

masiha

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!