ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ମଝୀଘରିଆଣି ମନ୍ଦିର ପରିସରରେ “ଓଡିଆ ପକ୍ଷ-୨୦୨୫″ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ 

ରାୟଗଡ଼ ମଝୀଘରିଆଣି ମନ୍ଦିର ପରିସରରେ “ଓଡିଆ ପକ୍ଷ-୨୦୨୫″ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ 

 ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପତ୍ର ସଂଖ୍ୟା ୨୧୧୭ ତା ୦୨.୦୪.୨୦୨୫, ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶ କ୍ରମେ ୬ ଏପ୍ରିଲ ଦିବସଟିକୁ “ଦେବାଳୟ ଓ ଐତିହ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ” ରୂପରେ ପାଳନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଅଛି । ଏହାକୁ ଭିତିକରି ରାୟଗଡ଼ ପୌର ପରିଷଦ ଆନୁକୁଲ୍ୟରେ “ଓଡିଆ ପକ୍ଷ ୨୦୨୫” ପାଳନ ଅବସରରେ ରବିବାର ଦିନ ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ “ମା ମାଝିଘରିଆଣୀ” ମନ୍ଦିର ପରିସରକୁ ପରିଷ୍କାର ତଥା ସୁନ୍ଦର କରାଯିବା ସହିତ ସ୍ଵଚ୍ଛତା ଅଭିଯାନ ପାଳନ କରାଯାଇଥିଲା । ଏହି ସ୍ବଚ୍ଛତା ଅଭିଯାନରେ ରାୟଗଡ଼ ଜିଲ୍ଲାର ସମ୍ମାନିତ ଜିଲ୍ଲାପାଳ ମହୋଦୟାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ରାୟଗଡ଼ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ପୌର ଅଧିକ୍ଷକ ଶ୍ରୀ ମହେଶ ପଟ୍ଟନାୟକ ଉପସ୍ଥିତ ରହି ମନ୍ଦିରର ସ୍ବଚ୍ଛତା ତଥା ପରିମଳ ବ୍ୟବସ୍ତାକୁ ନିରୀକ୍ଷଣ କରିବା ସ‌ହିତ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ତତ୍ ସହିତ ରାୟଗଡ଼ ପୌର ପରିଷଦର ସମ୍ମାନୀୟ ଅଧକ୍ଷ ତଥା ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ରହି ସ୍ବଚ୍ଛତା ଅଭିଯାନରେ ନିଜର ଶ୍ରମଦାନ କରିବା ସହିତ ସ୍ବଚ୍ଛତା ଅଭିଯାନକୁ ସୂଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ । 

ଏହି ଅଭିଯାନକୁ ପୌର ପରିଷଦର ନିର୍ବାହୀ ଅଧିକାରୀ ପରିଚାଳନା କରିଥିଲେ, ଏଥିରେ ପରିମଳ ନିରିକ୍ଷକ, ସାନିଟେସନ ଏକ୍ସପର୍ଟ, ସଫେଇ କର୍ମୀ ତଥା ପରିଷଦର କର୍ମଚାରୀମାଙ୍କର ସହଯୋଗ ପ୍ରଶଂସନୀୟ ଥିଲା । ସେହିପରି ଜିଲ୍ଲାର ସମସ୍ତ ବ୍ଲକରେ ଏବଂ ସମସ୍ତ ସହରାଞ୍ଚଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମlନେ ଯୋଗଦାନକରି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

masiha

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସକାଶେ ସାମ୍ବାଦିକ ସମ୍ମିଳନୀ

masiha

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

Leave a Comment

error: Content is protected !!