ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସ୍ବର୍ଣ୍ଣପ୍ରଭା

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସ୍ବର୍ଣ୍ଣପ୍ରଭା

ଖଇରା,୦୬/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଫେସବୁକ୍ ଗୃପ୍ ତରଫରୁ ଗତ ତା ୦୧/୦୪/୨୦୨୫ ରିଖ ଦିନ ପ୍ରତ୍ୟେକ ମାସ ୧ ତାରିଖ ପରି ନିଜସ୍ୱ ଫଟୋଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୧୪ ଜଣ ଭାଗ ନେଇଥିଲେ । ସେମାନେ ହେଲେ (୧) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର — ପ୍ରଥମ (୨) ଅନୁପମା ବିଶ୍ବାଳ, ସମ୍ବଲପୁର (୩) ସରୋଜିନୀ ଜେନା, ଚାଷୀଖଣ୍ଡ,ଜଗତସିଂହପୁର (୪) ଅପରାଜିତା ରଥ, ଭଦ୍ରକ (୫) ଗୁରୁବାରୀ ମୁଣ୍ଡା, ଆମ୍ବରୋଳି, ଭଦ୍ରକ (୬) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୭) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର (୮) ସମାପ୍ତି ବେହେରା, ଭାଲିଆଡିହା, ମୟୂରଭଞ୍ଜ (୯) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୦) ରୀତାଞ୍ଜଳି ଡାକୁଆ, ଜୟପୁର, କୋରାପୁଟ (୧୧) ରୋସନ ସାହୁ, ତରଭା, ସୋନପୁର (୧୨) ସୁନିତା ଦାଶ, ଭୁବନେଶ୍ୱର, ଖୋର୍ଦ୍ଧା (୧୩) ସୁଲୋଚନା ବଳ, ସୋର, ବାଲେଶ୍ବର (୧୪) ଶୁଭସ୍ମିତା ପାତ୍ର, ଗଞ୍ଜାମ । ସମସ୍ତଙ୍କ ଫଟୋଚିତ୍ର ଗୁଡିକୁ ସମୀକ୍ଷା କରିଥିଲେ ବାସନ୍ତୀ ଲତା ଜେନା, ନବରଙ୍ଗପୁର ଏବଂ ସୁଜାତା ଦାସ ମହାନ୍ତି, କଟକ । ଉଭୟଙ୍କ ସମୀକ୍ଷାରୁ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁରଙ୍କୁ ମିଳିଛି ପ୍ରଥମ ସ୍ଥାନ । ଶ୍ରୀମତୀ ମହାପାତ୍ରଙ୍କୁ ପୁରସ୍କାର ସ୍ବରୂପ ରୂପା ସିନ୍ଦୂର ଫରୁଆ ପ୍ରଦାନ କରାଯିବ । ଏଭଳି ପ୍ରତ୍ୟେକ ରବିବାର କିଛି ନା କିଛି ଶିକ୍ଷଣୀୟ କାର୍ଯ୍ୟକ୍ରମ ରହୁଛି ପ୍ରତିଯୋଗୀ ମାନଙ୍କ ପାଇଁ । ତେଣୁ ଅଧିକରୁ ଅଧିକ ଗୃପ୍ ରେ ସାମିଲ ହୋଇ କିଛି ନୂତନ ନୂତନ ଶିକ୍ଷା ଗ୍ରହଣ କରିବାର ସୁଯୋଗ ନିଅନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ମୋ ଅନୁଷ୍ଠାନ ଗଠିତ ହୋଇଥିଲେ ମଧ୍ୟ ସମାଜସେବା ମୂଳ ଲକ୍ଷ୍ୟ । କମ୍ବଳ ବଣ୍ଟନ ପରେ ମେଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ମଶାରୀ ବଣ୍ଟନ ଚାଲିଛି । ଓଡ଼ିଆ ନବ ବର୍ଷ ଠାରୁ ଅନ୍ୟ ଏକ ସମାଜସେବା କାର୍ଯ୍ୟର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ । ଅନୁଷ୍ଠାନର ସମସ୍ତ ସମାଜସେବା କାର୍ଯ୍ୟର ମଙ୍ଗ ଧରିଛନ୍ତି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ । ତାଙ୍କ ସାହାଯ୍ୟ, ସହଯୋଗ, ପରିଶ୍ରମ ଓ ଭଲପାଇବା ନିଶ୍ଚିତ ରୂପେ ଅନୁଷ୍ଠାନ ସର୍ବଦା ମନେରଖିବ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

Leave a Comment

error: Content is protected !!