ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରୁ ସୁନ୍ଦରଗଡ ଓ ହାଇଦ୍ରାବାଦ ସରକାରୀ ବସ ପୁନଃ ଚାଲୁ କରିବା ପାଇଁ ଦାବୀ

ଧର୍ମଗଡ ରୁ ସୁନ୍ଦରଗଡ ଓ ହାଇଦ୍ରାବାଦ ସରକାରୀ ବସ ପୁନଃ ଚାଲୁ କରିବା ପାଇଁ ଦାବୀ

ଧର୍ମଗଡ:ଧର୍ମଗଡ ରୁ ସୁନ୍ଦରଗଡ ଓ ହାଇଦ୍ରାବାଦ ସରକାରୀ ଧର୍ମଗଡ ରୁ ସମ୍ବଲପୁର ଏବଂ ଧର୍ମଗଡରୁ ବ୍ରହ୍ମପୁର ରାତ୍ରୀ କାଳିନ ନୂତନ ବସ ଚଳାଚଳ କରିବା ପାଇଁ ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଦାବୀ କରା ଯାଇଛି। ଏହି ପରୀପେଖି ରେ ରାଜ୍ୟ ପରିବହନ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରା ଯାଇଛି। 

 ଦିର୍ଘ ଦିନରୁ ଧର୍ଗଗଡ ରୁ ସୁନ୍ଦରଗଡ କୁ ଏକ ସରକାରୀ ବସ ସେବା ଚାଲୁ ରହିଥିବା ବେଳେ ଗତ କିଛି ଦିନ ହେବ ଏହା ବନ୍ଦ ରହିଛି। ସେହିପରି ଭବାନୀପାଟଣା ରୁ ଭାୟା ଧର୍ମଗଡ ଦେଈ ହାଇଦ୍ରାବାଦ କୁ ମଧ୍ୟ ଏକ ବସ ଚଳାଚଳ କରୁଥିଲା ତାହାକୁ ମଧ୍ୟ ବନ୍ଦ କରି ଦିଆ ଯାଇଛି। ଫଳ ରେ ଏହି ବସ ଦ୍ୱୟ ଉପରେ ନିର୍ଭର କରୁ ଥିବା ଏହି ଅଞ୍ଚଳ ର ଲୋକେ ଅନେକ ହଇରାଣ ହେଉଛନ୍ତି। ମୁଖ୍ୟତଃ ସୁନ୍ଦରଗଡ଼ – ଧର୍ମଗଡ ବସ ଉପରେ ସମ୍ବଲପୁର ଯାଉଥିବା ଛାତ୍ର ଛାତ୍ରୀ ତଥା ବୁର୍ଲା ଚିକିତ୍ସାଳୟକୁ ଯାଉ ଥିବା ରୋଗୀ ତଥା ତଙ୍କ ସମ୍ପର୍କୀୟ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ବସ ବନ୍ଦ ହେବା ଯୋଗୁଁ ରୋଗି ତଥା ଛାତ୍ର ଛାତ୍ରୀ ଅଧିକ ଖର୍ଚ ଏବଂ କଷ୍ଟ ସାଧ୍ୟ ହୋଇପଡିଛି । ଏହି ବସ ଧର୍ମଗଡ, ବଲାଙ୍ଗିର, ବରଗଡ ସମ୍ବଲପୁର ଯୋଗାଯୋଗ କରୁଥିବାରୁ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ଅଭିଭାବକ, ଶିକ୍ଷକ ତଥା ସାଧାରଣ ଲୋକ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସମ୍ବନ୍ଧିୟ ବିଭିନ୍ନ ସରକାରୀ ଓ ଶିକ୍ଷାଗତ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ । ହାଇଦ୍ରାବାଦ ବସ ବନ୍ଦ ହେବାରୁ ପ୍ରବାସି ଶ୍ରମିକ, ଚାକିରି, ବ୍ୟବସାୟୀ ଛାତ୍ର ଛାତ୍ରୀ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଧର୍ମଗଡ ରୁ ଦକ୍ଷିଣ ଓଡିଶା ଏକ ବସ ସେବା ଯୋଗାଇବା ପାଇଁ ଦିର୍ଘ ଦିନରୁ ଦାବି କରୁଅଛନ୍ତି ଧର୍ମଗଡ ରୁ ବ୍ରହ୍ମପୁର ତଥା ଧରମଗଡ ରୁ ସମ୍ବଲପୁର କୁ ଦୁଇଟି ରାତ୍ରି କାଳିନ ବସ ସେବା ଦେଲେ ଧର୍ମଗଡ ଉପଖଣ୍ଡ ର ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ଦର୍ଶା ଯାଇଛି । ଧର୍ମଗଡ ବ୍ଲକ ବିଜେଡ଼ି ସଭାପତି ଡାକେ ଲହଜଲ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ସନ୍ତୋଷ ପାଢ଼ୀ, ପ୍ରମୋଦ ହଂସ, ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଲ, ରାଜେନ୍ଦ୍ର ଭୋଇ, ଗୁଣ ଶବର, ବିନୋଦ ନାଏକ ଏବଂ ତୁଷାର କଟ୍ଟା ପ୍ରମୁଖ ସହକାରୀ ଜିଲ୍ଲାପାଳ ଶ୍ରେଲି ପ୍ରଧାନ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ। ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ….

Sunil Chandra Nayak

Leave a Comment

error: Content is protected !!