ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି କର୍ମୀ ନିଷ୍ଠାବାନ ଓ କର୍ମଠ – ଜୁଏଲ ଓରାମ

ବିଜେପି କର୍ମୀ ନିଷ୍ଠାବାନ ଓ କର୍ମଠ – ଜୁଏଲ ଓରାମ 

ରାଉରକେଲା । ତା ୦୬.୦୪ .୨୦୨୫ । ଆଜି ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିଲେ । ଶ୍ରୀ ଓରାମ ଉପସ୍ଥିତଙ୍କୁ ଉଦବୋଧନ ଦେଇ ବିଜେପିର ଦୀର୍ଘ ଦିନର ଯାତ୍ରା ଭାରତୀୟ ଜନ ସଙ୍ଘରୁ ବିଜେପି ଜନ୍ମ ବୃତ୍ତାନ୍ତ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଠାରୁ ଆରମ୍ଭ କରି ଭାରତ ରତ୍ନ ତଥା ବିଜେପିର ପ୍ରତିଷ୍ଠାତା ଅଟଳ ବିହାରି ବାଜପେୟୀ ଓ ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରଭକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କର୍ମୀଙ୍କ ନିଷ୍ଠା, ସାହସିକତା ଓ କଠିନ ପରିଶ୍ରମ ଯୋଗୁ ଆଜି ବିଜେପି ବିଶ୍ୱରେ ଏକ ନମ୍ବର ପାର୍ଟି ରୂପେ ଉଭା ହୋଇ ପାରିଛି । ସେ ତାଙ୍କ ବକ୍ତବ୍ୟରେ ମୋଦୀ ଜିଙ୍କ ଆତ୍ମନିର୍ଭରଶୀଳ ଭାରତ” , “ବିକଶିତ ଭାରତ” ଉପରେ ଆଲୋକପାତ କରିଥିଲେ। ଯୁବ ପିଢୀ ବିକଶିତ ଭାରତର ପ୍ରକୃତ ସାରଥୀ ହୋଇ ତାକୁ କାର୍ଯ୍ୟରେ ପରିଣତ କରିବେ ବୋଲି ପ୍ରକାଶ କରିଥିଲେ । ବିଜେପିର ଅନଲାଇନରେ ପଞ୍ଜିକରଣ କରିଥିବା ସଭ୍ୟମାନେ ବିଜେପି ଆଇ ଡି କାର୍ଡକୁ ପାଖରେ ସବୁବେଳେ ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ଜଗବନ୍ଧୁ ବେହେରା ଓ ରମେଶ ଅଗ୍ରୱାଲ, ଗଙ୍ଗାଧର ଦାଶ, ନୃସିଂହ ଜେନା,ରାଇସନ ତିର୍କି, ସନ୍ତୋଷ ବେହେରା, ଅରବିନ୍ଦ ପୁହାଣ, ଦିଲ୍ଲୀପ ପଟ୍ଟନାୟକ, ମନୋଜ ଶତପଥୀ, ମନୋଜ ସେନାପତି, ଭରତ ବିଶ୍ୱକର୍ମା, ମନୋରଞ୍ଜନ ମୁନି, ସୁଶାନ୍ତ ମହାପାତ୍ର, ମୁରଲୀଧର ମଥାନ, ସରୋଜ ଦାସ, ମଳୟ ମହାପାତ୍ର, ପରେଶ ମିଶ୍ର, ଲିଙ୍ଗରାଜ ଦାସ, ଭବାନୀ କବି, ମନୋଜ ଦାସ, ଚନ୍ଦନ ସାମଲ, ଦିପୁ କୁମାର ଦାସ, ରଂଜିତା କିସପଟା, ମମତା ମହାନ୍ତି, ଗୁଡ଼ୁ ସିଂ, ସଂଯୁକ୍ତା ରାଉତ ଜ୍ୟୋତି ମଞ୍ଜରୀ ଷଡ଼ଙ୍ଗୀଙ୍କ ସହିତ ବହୁକର୍ମି ଉପସ୍ଥିତ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ, ପ୍ରଥମ ସ୍ଥାନରେ ବରଗଡ଼

masiha

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମ୍ପଦ ମେଳା

Leave a Comment

error: Content is protected !!