ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ଏକତା ଆଖଡ଼ା ର ସୁନ୍ଦର କାଣ୍ଡ ପାଠ 

ଶ୍ରୀରାମ ଏକତା ଆଖଡ଼ା ର ସୁନ୍ଦର କାଣ୍ଡ ପାଠ 

ରାଉରକେଲା: ସିଭିଲ ଟାଉନସିପ ଇ-୪, ଏଫ୍ -୪ ସ୍ଥିତ ଶ୍ରୀରାମ ଏକତା ଆଖଡ଼ା ତରଫରୁ ରାମନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କଲୋନୀ ବାସୀଙ୍କ ତରଫରୁ ଝଣ୍ଡା ପୂଜା, ମିଷ୍ଟାନ୍ନ ବଣ୍ଟନ ତଥା ସନ୍ଧ୍ୟାରେ ସୁନ୍ଦର କାଣ୍ଡ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ସୁଧୀର ହରିଚନ୍ଦନ ଓ ଗୀତାଞ୍ଜଳି ହରିଚନ୍ଦନ ତଥା ପୂଜକ ଭାବେ ଉମେଶ ପାଣିଗ୍ରାହୀ ଦାୟିତ୍ଵ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୀପାଞ୍ଜଳୀ, ଆରତୀ, ବିଜୟଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ,ନିହାରିକା, ସରିତା, ସୁନିତା, ଜ୍ୟୋତି, ଗାୟତ୍ରୀ, ଝରଣା, ନିର୍ମଳ, ରାଜୀବ,ଗୋପାଳ,ଉମଙ୍ଗ, ସଞ୍ଜୀବ, ବିଶୁ,ବିନିତ, ଦେବରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତଙ୍କ ମଧ୍ୟରେ ଭାଇଚାରା, ଐକ୍ୟବଦ୍ଧତା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ତଥା ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀରାମ ଏକତା ଆଖଡ଼ା ତରଫରୁ କୁହାଯାଇଛି। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟତା ଉପକରଣ ବଣ୍ଟନ 

masiha

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

କୋଷାଗୁମୁଡ଼ା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!