ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

ମୟୂରଭଞ୍ଜ;ତା/୦୬/୦୪/୨୦୨୫ // ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଳଗାଁ ଥିବା ଧବଳେଶ୍ବର ପୀଠ ଓ ହନୁମାନ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମନ୍ଦିରରେ ପୂଜକ ନବ କିଶୋର ଶତପଥୀ ଜରିଆରେ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ସକାଳୁ ବହୁ ଭକ୍ତ ମାନେ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଆଜି ଭକ୍ତମାନେ ତାଳଗାଁରେ ଏକତ୍ରିତ ହୋଇ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିରେ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କାଣ୍ଡସର ଗାଁ ମଧ୍ୟ ପରିକ୍ରମା କରିଥିଲେ।ସମାଜସେବୀ ଅସିତ ମଣ୍ଡଳ ଙ୍କ ନେତୃତରେ ରଜତ ମଣ୍ଡଳ,ବକ୍ସି ଜଗବନ୍ଧୁ ପାଲ,ରାଜୁ ମଣ୍ଡଳ,ଜଗେଶ୍ବର ମୁଣ୍ଡାରୀ,ଚନ୍ଦନ ମଣ୍ଡଳ,ଦୀପୁ ମଣ୍ଡଳ,ସୁଜିତ ରଣା,ଭାସ୍କର ମଣ୍ଡଳ,ଗୁନୁ ବେହେରା ପ୍ରମୁଖ ତାଳଗାଁ ଓ କାଣ୍ଡସର ଗାଁ ପରିକ୍ରମା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

masiha

ନୂଆପଡ଼ାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ 

Sunil Chandra Nayak

ଧର୍ମଗଡ଼ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!