ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆସନ୍ତା ୧୭ ଯାଏ 

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆସନ୍ତା ୧୭ ଯାଏ 

ରାଉରକେଲା: ସ୍ଥାନୀୟ ସେକ୍ଟର: ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସଙ୍ଗୀତ କଳା କର୍ମଶାଳା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵ ଓ ଶ୍ୟାମସୁନ୍ଦର ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଆକାଶବାଣୀ ସମ୍ବଲପୁରର ବିଶିଷ୍ଟ କଣ୍ଠଶିଳ୍ପୀ ତରଣୀସେନ ଦାସ ମୁଖ୍ୟଅତିଥି, ସଂଗୀତ ନିର୍ଦେଶକ ଡାକ୍ତର ସୁଶାନ୍ତ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସଂଗୀତ କିପରି ସମାଜକୁ ରସମୟ ଓ ଆନନ୍ଦର ଲହରୀର କାରକ ତଥା ଆମ ସଂସ୍କୃତିକୁ ପ୍ରାଣବନ୍ତ କରେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଶାସ୍ତ୍ରୀୟ ସଂଗୀତ ସହିତ ପ୍ରାଣାୟମ ଆମକୁ ପ୍ରାଣବନ୍ତ କରାଏ ବୋଲି ମତ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥି ଏହି କର୍ମଶାଳାର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ସଂଗୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କର୍ମଶାଳା ସହାୟକ ହେବ ବୋଲି ସେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ତଥା କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ, ଦିଲ୍ଲେଶ୍ବରୀ ମହନ୍ତ, ଗୁରୁ ରଜତ ପଣ୍ଡା ମଞ୍ଚାସୀନ ଥିଲେ। ଏହି ଅବସରରେ ସଂଗୀତ ଗୁରୁ ଶ୍ରୀ ଦାସ, ବକ୍ତା ଡାକ୍ତର ପାଣି, ଗୁରୁ ଶ୍ୟାମସୁନ୍ଦର ସେଠୀ ଶାସ୍ତ୍ରୀୟ ସଂଗୀତ ଓ ଭଜନ ପରିବେଷଣ କରିଥିଲେ। ତାବଲାରେ ଗୁରୁ ଶ୍ରୀ ପଣ୍ଡା ସହଯୋଗ କରିଥିଲେ। କର୍ମଶାଳାରେ ସହ ପ୍ରଧାନ ଆଚାର୍ଯ୍ୟ ଜନ୍ମଞ୍ଜୟ ସୁଆର, ସୁମିତ୍ରା ମିଶ୍ର, ପୁଷ୍ପଲତା ବିଶ୍ବାଳ, ବିଭୂତି ଭୂଷଣ ସାମଲ, ଅଞ୍ଜନା ବାରିକ, ଅପର୍ଣ୍ଣା ପଣ୍ଡା, ସନ୍ଧ୍ୟାରାଣୀ ସାମନ୍ତ, ସରୋଜିନୀ ଜେନା, ନନ୍ଦିତା ବାରିକ, ସୁଜାତା ମହାନ୍ତି, ସଂଗୀତା ଦାସ, ପୁଷ୍ପଲତା ଦାସ, ମୋନାଲିକା ଦାସ, ସବିତା ନନ୍ଦ, ଲଳିତା ବେହେରା, ବିଜୟଲକ୍ଷ୍ମୀ ବାରିକ, ପ୍ରଦୀପ୍ତ ପଟ୍ଟନାୟକ, ରାଧାମୋହନ ଦାସ, ରେଖା ମହାନ୍ତି, ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ପରିଚାଳନା କରିଥିଲେ। ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୯ ତାରିଖ ଦିନ ଅଭିନୟ କଳା କର୍ମଶାଳା ଅନୁଷ୍ଠିତ ହେବ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ 

Sunil Chandra Nayak

ଆଜି ବି ବଞ୍ଚି ରହିଛି ମାନବିକତା , ଭୁଲ ରେ ପଡ଼ିଥିବା ଟଙ୍କା କୁ ଫେରାଇଦେଲେ ବିଶ୍ଵାମିତ୍ର

Sunil Chandra Nayak

ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!