ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁରଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର(୦୭.୦୪.୨୦୨୫(ରବିନାରାୟଣମହାନ୍ତି)ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଉକ୍ତ ଜନ ଶୁଣାଣି ଶିବିରରେ ମୋଟ ୩୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଅଭିଯୋଗ ମୂଳତଃ ରାସନ କାର୍ଡ, ରାସ୍ତା ନିର୍ମାଣ,ପାନୀୟ ଜଳ,ବିଦ୍ୟାଳୟ ପାଇଁ ଅଧିକ ଶ୍ରେଣୀ ର ବ୍ୟବସ୍ଥା,ବିଜୁଳି ସମସ୍ୟା, ନଳକୂପ ବସାଇବା,ଜମି ମାମଲା ଉପରେ ଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୁଇଟି ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ରକୁ ସାମଗ୍ରୀ ବଣ୍ଟନ

masiha

ସମସ୍ୟାରେ ଚିଲିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ,କର୍ମଚାରୀ ଅଭାବ ,ମା ଗୃହ ଅଛି ହେଲେ ହଉନି ଗର୍ଭବତୀ ମହିଳାଙ୍କ ପ୍ରସୂତି 

masiha

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

Leave a Comment

error: Content is protected !!