ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଅଂଚଳରେ ଝାଡ଼ଖଣ୍ଡ ବାଲୁ ମାଫିଆଙ୍କ ରାଜ; ୨ ହାଇଭାକୁ ଜବତ କଲା ଝରାଡିହି ଥାନା; ଅପହରଣ ମାମଲାରେ ଗାଡ଼ି ସହିତ ୩ ଅଟକ

ତିରିଂ ଅଂଚଳରେ ଝାଡ଼ଖଣ୍ଡ ବାଲୁ ମାଫିଆଙ୍କ ରାଜ; ୨ ହାଇଭାକୁ ଜବତ କଲା ଝରାଡିହି ଥାନା; ଅପହରଣ ମାମଲାରେ ଗାଡ଼ି ସହିତ ୩ ଅଟକ

 ମୟୂରଭଞ୍ଜ -୭/୪ //  ସିମାନ୍ତ ତିରିଂ ଅଂଚଳରେ ଝାଡଖଣ୍ଡି ବାଲୁ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି ।ଵହଳଦା ଏବଂ ତିରିଂ ଅଂଚଳରୁ ବାଲୁ ଚାଲାଣ ହେଉଛି ପଡୋଶୀ ଝାଡଖଣ୍ଡ ରାଜ୍ୟକୁ । ଥାନାକୁ ଏବଂ ଗାଡ଼ି ଅଟକାଇଲେ ଦୁବୃର୍ତ୍ତ ଙ୍କ ପାଖରୁ ଧମକ ମିଳୁଛି ।ଵହଳଦା ଓ ତିରିଂ ଅଂଚଳର କିଛି ଯୁବକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଗ୍ରାମବାସୀ ଓ ପ୍ରଶାସନ କୁ ହାତ କରି ବାଲୁ ଚାଲାଣ କରୁଛି ।ସବୁ ଗାଡ଼ି ରାତିରେ ହିଁ ପାର ହେଉଛି ।ତିରିଂ ଥାନା ଅନ୍ତର୍ଗତ ଝରାଡିହି ବଜାର ରାତିରେ ଦୁଇଟି ବାଲୁ ବୋଝେଇ ହାଇଭା ରାତିରେ ନାଇଲନ ରାସ୍ତା ଦେଇ ଝାରଖଣ୍ଡ ରାଜ୍ୟକୁ ଦୁର୍ଗମ ରାସ୍ତା ଦେଇ ପାର୍ ହେଉଥିବାବେଳେ ଝରାଡିହି ଅଂଚଳର ସଚେତନ ଯୁବକ ଗାଡ଼ିକୁ ଅଟକାଇ ଝରାଡିହି ପାଣ୍ଠି ଅଧିକାରୀଙ୍କୁ ଜଣାଇଥିଲେ ।ଝରାଡିହି ଥାନା ଅଧିକାରୀ ଗାଡ଼ି ଦୁଇଟିକୁ ଜବତ କରି ଥିବାବେଳେ ତିରିଂଥାନାରେ କେଶ ମାମଲା ୪୭/୨୫,୪୮/୨୫ ରୁଜୁ କରିଛନ୍ତି ।ଜବତ ହାଇଭା ଗୁଡିକ ହେଲା JH O5AM9877,JH O5AD6872 । ଘଟଣାକୁ ନେଇ ଝାଡ଼ଖଣ୍ଡ ବାଲୁ ମାଫିଆ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ସେମାନେ ଆଜି ଦୁଇଟି ଗାଡ଼ିରେ ଆସି ବାଲୁ ସମ୍ବନ୍ଧୀୟ ଥାନାକୁ ଖବର ଦେଇଥିବା ବିକାଶ ଅଗ୍ରଓ୍ବାଲଙ୍କୁ ଝରାଡିହି ବଜାରରୁ ଘୋଷାରି ନେଇ କାର ରେ ଝାଡ଼ଖଣ୍ଡ କୁ ଅପହରଣ କରି ନେଉଥିଲେ । ସେମାନେ ବିକାଶଙ୍କୁ ଧମକ ଦେଇଥିଲେ ଯେ ଗାଡ଼ି ବିଷୟରେ ତୁ ଥାନାକୁ ଖବର ଦେଇଛୁ ତେଣୁ ଗାଡ଼ି ମୁକୁଳାଇଵା ଦାୟିତ୍ଵ ତୋର ।ଯଦି ନ କରୁ ତୋତେ ଦେଖି ନେବୁ ।ଜୀବନରେ ମାରିଦେବା ଧମକ ଦେଇଛନ୍ତି ।ଗାଳିଗୁଲଜ କରିଛନ୍ତି ।ଏହାକୁ ଦେଖି ଝରାଡିହି ଲୋକେ ଫେରିଯାଇ ତାଙ୍କୁ ଝାଡ଼ଖଣ୍ଡ ଅପହରଣକାରୀଙ୍କ ପାଖରୁ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଗ୍ରାମବାସୀ ଅପହରଣକାରୀ ଙ୍କ ଗାଡ଼ି ନମ୍ବର ଓ ଘଟଣାରେ ତିରିଂ ଥାନାକୁ ଜଣାଇଥିଲେ । ଅପହରଣକାରୀ ମାନେ ଦୃତ ଗତିରେ ତିରିଂ ଦେଇ ଝାଡ଼ଖଣ୍ଡ ଖସି ପଳାଇଥିଲେ । ପୋଲିସ ତିରିଂ ରେ ସେମାନଙ୍କୁ ଅଟକାଇ ଥାନାକୁ ନେଇ ସେମାନଙ୍କ ନାମରେ କେଶ ମାମଲା ୪୯/୨୫ ରୁଜୁ କରିବା ସହ ଗାଡ଼ି ଓ ସେମାନଙ୍କୁ ଅଟକ ରଖି ଛାନଭିନ ଆରମ୍ଭ କରିଦେଇଛନ୍ତି । ଘଟଣାକୁ ନେଇ ଝରାଡିହି ଅଂଚଳରେ ଭୟର ବାତାବରଣ ହୋଇଛି । ଝାଡ଼ଖଣ୍ଡ ବାଲୁ ମାଫିଆଙ୍କୁ ସୁରକ୍ଷା ଦେଉଛି କିଏ ? ସେମାନଙ୍କ ପଛରେ କିଏ ଅଛନ୍ତି ? ଝାଡ଼ଖଣ୍ଡ କୁ ବାଲି ଚୋରା ଚାଲାଣ ବିଷୟରେ କ’ଣ ପ୍ରଶାସନ କିଛି ଜାଣି ନାହିଁ । ଝାଡ଼ଖଣ୍ଡ ବାଲୁ ମାଫିଆଙ୍କ ସହ କାହା କାହା ମଧୁ ଚନ୍ଦ୍ରିକା ଅଛି ? 

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

ଅନାରକଲି ଢ଼ାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

masiha

କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ, ବନ୍ଧୁକ ସହ ୫ ଶିକାରୀ ଗିରଫ

masiha

Leave a Comment

error: Content is protected !!