ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

ସୁନ୍ଦରଗଡ଼, ୦୭/୦୪/୨୫: ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଦିନ ରେ ଆଜି ଜିଲ୍ଲାବ୍ୟାପୀ ‘ବର୍ଣ୍ଣବୋଧ ଉତ୍ସବ’ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଲୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଅଛି।

ଏହି ଅବସର ରେ କୁତ୍ରା ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉତ୍କର୍ଷ ବିଦ୍ୟାଳୟ, ଠାରେ “ବର୍ଣ୍ଣବୋଧ ଉତ୍ସବ” ଆୟୋଜିତ ହୋଇ ବର୍ଣ୍ଣବୋଧ ବହି ବଣ୍ଟନ ହୋଇଥିଲା। ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ଶାନ୍ତିଲତା ଲାକ୍ରା,ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଯୁଗଳ ବିଶ୍ଵାଳ, ବ୍ଲକ ଶିକ୍ଷା ଅଧିକାରୀ ନୈନା କୁଜୁର ଏବଂ ବିଦ୍ୟାଳୟ ର ଶିକ୍ଷକ ମାନେ ଥିଲେ। ଏହି ଅବସରରେ ଛତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ହୋଇଥିଲା। ଏହି ଅବସର ରେ ଅତିଥି ମାନେ ଓଡ଼ିଆ ପିଲାଙ୍କ ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସମସ୍ତେ ପ୍ରଯତ୍ନ ହେବାର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ।  

ସେହିଭଳି ସୁନ୍ଦରଗଡ଼ ର ସ୍ଥାନୀୟ ଭବାନୀ ଶଙ୍କର ବିଦ୍ୟାଳୟ ଏବଂ ରଥ ନୋଡାଲ ବିଦ୍ୟାଳୟ ଠାରେ ବର୍ଣ୍ଣବୋଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗ୍ଲୋରିଆ ଡୁଙ୍ଗଡୁଙ୍ଗ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ବର୍ଣ୍ଣବୋଧ ବହି ରୁ ଆମ ସମସ୍ତଙ୍କ ସହ ଜଡ଼ିତ। ସମସ୍ତେ ପାଠ୍ୟ ପ୍ରାରମ୍ଭରେ ବର୍ଣ୍ଣବୋଧ ପୁସ୍ତକ ସଂପୃକ୍ତ ହୋଇଛନ୍ତି । ଏଥିରୁ ହି ଆମେ ଶିକ୍ଷା ଲାଭ କରିଥାଉ ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ହୋଇଥିଲା। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଭୋଇ, ନଳିନୀ ପଟେଲ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

 ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଶିକ୍ଷାର ପ୍ରସାର ଓ ପିଲାଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ଶିକ୍ଷା ବିଭାଗ ସହଯୋଗ କରିଛି। ବିଭିନ୍ନ ବିଦ୍ୟାଳୟରେଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

GTV Bharat Celebrates 8th Anniversary with Grandeur

masiha

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡ଼େ ପାଳିତ 

ସି. ଡବ୍ଲୁ. ସି ଡାଇରେକ୍ଟର ଙ୍କୁ ସାକ୍ଷାତ କଳେ ଡ଼. ଭବାନୀ ଶଙ୍କର ନିଆଲ 

Sunil Chandra Nayak

Leave a Comment

error: Content is protected !!