ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲ ପକ୍ଷରୁ ୨୮ ଭୂମିହୀନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ଵାରା ପଟ୍ଟା ବଣ୍ଟନ 

ରାଇରଙ୍ଗପୁର ତହସିଲ ପକ୍ଷରୁ ୨୮ ଭୂମିହୀନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ଵାରା ପଟ୍ଟା ବଣ୍ଟନ 

 ମୟୂରଭଞ୍ଜ – ୮/୦୪ // ପ୍ରତ୍ୟେକ ମଣିଷର ମୌଳିକ ଅଧିକାର ଏକ ଵାସଗୃହ । ସମସ୍ତଙ୍କ ର ସ୍ବପ୍ନ ଥାଏ ନିଜ ଜାଗାରେ ଘରଟିଏ କରି ମୁଣ୍ଡ ଗୁଞ୍ଜିବାକୁ । କିନ୍ତୁ ବାଧକ ସାଜି ଥାଏ ଭୂମି ।ଭୂମି ନ ଥିଲେ ଘର ଟିଏ କେମିତି କରିବେ ? ବହୁ ଭୂମିହୀନ ତହସିଲ ଅଫିସ ଦୌଡ଼ି ଦୌଡ଼ି ପାଦ ଛିଡିଯାଏ ଜାଗାଟିଏ ପାଇଁ । ବୟସ ଅପରାହ୍ନ ହୋଇଯାଏ ତା’ର ର ସ୍ବପ୍ନ ସ୍ବପ୍ନ ରେ ରହିଯାଏ ।କେତେଜଣ ବି ଆର ପାରିକୁଦ ଚାଲିଗଲେଣି । ଭୂମିହୀନଙ୍କୁ ସହଯୋଗର ହାତ ବଢାଇଛନ୍ତି ରାଇରଙ୍ଗପୁର ତହସିଲଦାର ଶ୍ରୀ ଵିଶ୍ଵନାଥ ବିଶ୍ବାଳ ।ଗରୀବର ଗରୀଵିତାକୁ ଜାଣିଛନ୍ତି । ମାନବିକତାର ମୂଲ୍ୟବୋଧ ତାକୁ ବୁଝିବା ସହ ସମ୍ମାନ ଦେଇ ଜାଣିଛନ୍ତି।ଚାଷୀର ପୁଅ ହିସାବରେ ପିଲାବେଳୁ ବହୁ ପାଖରୁ ଗରୀଵୀତାକୁ ଦେଖିଛନ୍ତି ।ତାଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ଵ ଗ୍ରାମରେ ୨୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ମଧ୍ୟରୁ ୪୦ ଜଣ ଭୂମିହୀନ ଙ୍କୁ ତାଙ୍କ ବିଭାଗୀୟ କର୍ମଚାରୀଙ୍କ ଦ୍ଵାରା ଚିହ୍ନଟ କରାଇଛନ୍ତି। କର୍ମଚାରୀ ମାନେ ଦିର୍ଘ ୩ ମାସ ହେଲା ବିଭିନ୍ନ ଗ୍ରାମରୁ ଗ୍ରାମ ବୁଲି ଭୂମିହୀନ ଚିହ୍ନଟ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିଥିଲେ ।ଆଜି ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଭୂମିହୀନ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ରଙ୍ଗୀନ କାର୍ପେଟରେ ସ୍ଵାଗତ କରାଯାଇ ଥଣ୍ଡା ପାନୀୟ ଜଳ ,ଚା,ବିଷ୍କୁଟ ଦେଇ ଆପ୍ୟାୟିତ କରାଯାଇଥିଲା ।ପରେ ସେମାନଙ୍କୁ ଫୁଲମାଳ ,ଚନ୍ଦନ,ଅରୁଆ ଚାଉଳ,ସିନ୍ଦୁର ଲଗାଯାଇ ପଟ୍ଟା ବଣ୍ଟନ ସଭାଗୃହ କୁ ସ୍ଵାଗତ ସହ ପାଛୋଟି ନିଆଯାଇଥିଲା ।ଏହା ଥିଲା ଏକ ନିଆରା ଦୃଶ୍ୟ । ସେଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ , ତହସିଲଦାର ବିଶ୍ବନାଥ ବିଶ୍ବାଳ, ସହକାରୀ ତହସିଲଦାର ପ୍ରତାପ ବେହେରା, ସମାଜସେବୀ ସୁରଥ ପଟନାୟକ ପ୍ରମୁଖ ଯୋଗ ଦେଇ ସେମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ।ପ୍ରଥମ ପର୍ଯ୍ୟାୟରେ ୨୮ ଜଣଙ୍କ ମଧ୍ୟରୁ ଉପସ୍ଥିତ ଥିବା ୨୬ ଜଣଙ୍କୁ ପଟା ବଣ୍ଟନ କରାଯାଇଥିଲା । ହିତାଧିକାରୀ ମା’ ମାଉସୀ ମାନେ ଭାବ ବିହ୍ୱଳ ହୋଇ ଛଳ ଛଳ ଆଖିରେ କହିଥିଲେ ଆମେ କେବେ ସ୍ବପ୍ନ ଦେଖି ନ ଥିଲୁ ସ୍ଥାୟୀ ପଟ୍ଟା ଖଣ୍ଡେ ପାଇବୁ, ସେଠାରେ ଘର ଖଣ୍ଡେ କରିବୁ ଛୁଆପିଲା ରହିଵେ। ତହସିଲଦାରଙ୍କର ମଙ୍ଗଳ ହେଉ ସେ ଆମକୁ ପଟ୍ଟା ପାଇବାରେ ସମସ୍ତ ବ୍ୟବସ୍ଥା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗୀୟ ଅଧିକାରୀ ଜନ୍ମେଜୟ ବଳ, ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର କୁମାର ପାତ୍ର, ପୌର ଆରଆଇ ନମିତା ସେଠୀ, ନୂଆଗାଁ ଆରଆଇ ସୁନା ରାମ ମାଝୀ,ସାନପାଖଣା ଆରଆଇ ଵ୍ରହ୍ମା ବଲ୍ଲଭ ବେହେରା, ,ଗୋରୁମହିଷାଣୀ ଆରଆଇ ସ୍ମିତା ମହାକୁଡ଼,ଗୁହାଳ ଡାଙ୍ଗିରୀ ଆର ଆଇ ଗିରିଧାରୀ ପାତ୍ର, ସମସ୍ତ ଏ ଆର ଆଇ,ବରିଷ୍ଠ କ୍ଲର୍କ ଲିପିକା ମହାନ୍ତ,କନିଷ୍ଠ କ୍ଲର୍କ ରଞ୍ଜନ ଦଣ୍ଡପାଟ,କନିଷ୍ଠ କ୍ଲର୍କ ଅମ୍ବିକା ମାଝୀ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ । ତହସିଲଦାରଙ୍କ ଏଭଳି ନିଆରା ଭବ୍ୟ କାର୍ଯ୍ୟକ୍ରମକୁ ଭୂମିହୀନ ପଟ୍ଟାଧାରୀମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

Sunil Chandra Nayak

Leave a Comment

error: Content is protected !!