ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥଯାତ୍ରା 

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥଯାତ୍ରା 

ନବରଙ୍ଗପୁର:( ତା ୭.୪.୨୦୨୫)( ରବି ନାରାୟଣ ମହାନ୍ତି) ସ୍ଥାନୀୟ ମିଶନ ଶକ୍ତି ପରିସରରେ ଅପରାହ୍ନ ଘ୫.୦୦ ମି଼ ସମୟରେ ନବରଙ୍ଗପୁର ଜିଲ୍ଲାର ୧୪୮ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥ ଯାତ୍ରା କରିଛନ୍ତି।ଏହା ଜିଲ୍ଲା ର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ରେ ଅନ୍ତର୍ଭୁକ୍ତ ତୀର୍ଥଯାତ୍ରୀଙ୍କ ର ଚଳିତ ବର୍ଷ ର ଦ୍ଵିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଅଟେ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରି ଯୋଗ ଦେଇ ତୀର୍ଥଯାତ୍ରୀଙ୍କ ଶୁଭମନାସି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ରେ ପଞ୍ଜୀକୃତ ବିଭିନ୍ନ ବ୍ଲକ ରୁ ଆସିଥିବା ବରିଷ୍ଠ ନାଗରିକଙ୍କ ଆଜି ସକାଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ୪ ଟି ବସ ଯୋଗେ ତୀର୍ଥଯାତ୍ରୀ ମାନେ ଆଜି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି।ଆସନ୍ତା କାଲି ତା ୮.୪.୨୦୨୫ ରିଖ ରାୟଗଡ଼ା ଷ୍ଟେସନରୁ ସକାଳ ୧୦.୦୦ ଘ ସମୟରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ।ଏହି ତୀର୍ଥଯାତ୍ରୀ ମାନେ ଆସନ୍ତା ୧୩.୪.୨୦୨୫ ତାରିଖ ଦିନ ପ୍ରତ୍ୟାଗମନ କରିବେ।ତୀର୍ଥଯାତ୍ରୀ ମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ୫ ଜଣ ନୋଡାଲ ଅଧିକାରୀ ଭାବରେ ପି ଇ ଟି ଶିକ୍ଷକ ଅଜିତ ପରିଜା, ଦିଲ୍ଲୀପ ଭଞ୍ଜ, ମନୋରଞ୍ଜନ ପ୍ରହରାଜ, ଭିବାସିଶ ଦେ, ସତ୍ୟବ୍ରତ ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି।ଏହି ସମାରୋହରେ ନବରଙ୍ଗପୁର ବିଧାୟକ ପ୍ରତିନିଧି ଦେବଦାସ ମହାକୁଡ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ସହକାରୀ କୃଷି ଅଧିକାରୀ ରିଟେଲରଙ୍କ ଦୋକାନ ଚେକିଂ 

Sunil Chandra Nayak

“ଆମ ରାଉରକେଲା” ର ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ

masiha

Leave a Comment

error: Content is protected !!